‘ଭାରତର ଅଲିମ୍ପିକ୍ସ ପଦକ ବଢ଼ିବ’ – Kalinga News

[ad_1]
ଫାଇନାଲ୍ରେ ଶ୍ରବାଣୀ, ଅନିମେଶ, ଲାଲୁ
ଭୁବନେଶ୍ବର: ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୂର୍ବାପେକ୍ଷା ଅଧିକ ପଦକ ଜିତିବ। ଏଭଳି ଆଶା ରଖିଛନ୍ତି ଭାରତୀୟ ଦୌଡ଼କୁଦ ସଂଘ ସଭାପତି ଆଦିଲ ସୁମରିୱାଲା। ମଙ୍ଗଳବାର ଫେଡେରେସନ୍ ପ୍ରତିଯୋଗିତା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ସୁମରିୱାଲା। ଏପର୍ଯ୍ୟନ୍ତ ଆମର ଦୁଇ ରିଲେ ଦଳ ସହ ମୋଟ ୨୦ ଆଥଲେଟ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଦୌଡ଼କୁଦରେ ୩୫ ଜଣ ଯିବାର ସମ୍ଭାବନା ରହିଛି। ଯାହା ପୂର୍ବ ତୁଳନାରେ ଅଧିକ। ପୂର୍ବରୁ ଆମ ଖେଳାଳି ପ୍ରାୟ ସମୟରେ ଶେଷରେ ରହି ଫେରୁଥିଲେ। ଗତଥର ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି। ତାପରଠୁ ଅଗଷ୍ଟ ୭କୁ ଜାଭଲିନ୍ ଡେ’ ଭାବେ ଆମେ ପାଳନ କରୁଛୁ। ଏହା ଦୌଡ଼କୁଦ ପ୍ରତି ଖେଳାଳିଙ୍କୁ ଆକୃଷ୍ଟ କରୁଛି। ବିଶ୍ବ ପ୍ରତିଯୋଗିତାରେ ଶ୍ରେଷ୍ଠ ୬ ମଧ୍ୟରେ ଭାରତର ୩ ଜଣ ରହିଥିଲେ। ଏସବୁ ଉନ୍ନତି ପାଇଁ ଆମର ନିରନ୍ତର କାର୍ଯ୍ୟ ଚାଲିଛି। ଦେଶରେ ପ୍ରାୟ ୩,୦୦୦ରୁ ଅଧିକ ପ୍ରଶିକ୍ଷକ ଏବଂ ୧୦,୦୦୦ରୁ ଅଧିକ ଟେକ୍ନିକାଲ ଅଫିସର ଅଛନ୍ତି। ଏଥିସହ ପ୍ରତିଯୋଗୀ ସହ ଆମର ପ୍ରଶିକ୍ଷକ, ଫିଜିଓ, ମନସ୍ତତ୍ବବିତ୍ ଦିନରାତି କାର୍ଯ୍ୟ କରୁଛନ୍ତି। ମୋର ବିଶ୍ବାସ ଆଗାମୀ ଅଲିମ୍ପିକ୍ସରେ ଖେଳାଳିମାନେ ନିଶ୍ଚିତ ଭଲ କରିବେ। ଆମେ ପ୍ରତ୍ୟେକ ଖେଳାଳିଙ୍କୁ କହିଛୁ ବର୍ଷକୁ ଥରେ ନିଶ୍ଚିତ ଗୋଟିଏ ଘରୋଇ ପ୍ରତିଯୋଗିତାରେ ଖେଳିବେ। ସେଥିପାଇଁ ଏଠାରେ ଅଧିକ ମାତ୍ରାରେ ଭାଗନେଉଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତାର ଶେଷ ଘରୋଇ ପ୍ରତିଯୋଗିତା ପଞ୍ଚକୁଲାରେ ହେବାକୁ ଥିବା ଅନ୍ତଃରାଜ୍ୟ ପ୍ରତିଯୋଗିତା। ତେଣୁ ସେଠାରେ ମଧ୍ୟ ଅଧିକ ଭାଗ ନେବେ। କେବଳ ନୀରଜଙ୍କ ପାଇଁ ଏହି ନିୟମ ନାହିଁ ବୋଲି ସୁମରିୱାଲ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଆକ୍ସନରେ ନୀରଜ, କିଶୋର
ଅଲିମ୍ପିକ୍ସ ଓ ବିଶ୍ବ ବିଜେତା ନୀରଜ ଚୋପ୍ରା ଏବଂ ଓଡ଼ିଶାର ତାରକା ଖେଳାଳି କିଶୋର ଜେନା ବୁଧବାର କଳିଙ୍ଗ ଷ୍ଟାଡିୟମ୍ରେ ନିଜର କମାଲ ଦେଖାଇବେ। କିଶୋର ଭୁବନେଶ୍ବର ସୋମବାରଠୁ ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିଲା ବେଳେ ନୀରଜ ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି। କିଶୋର ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତି ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିଥିଲେ। ନିଜ ଘରୋଇ ପଡ଼ିଆରେ ଭଲ କରିବା ଆଶାରେ ରହିଛନ୍ତି ସେ। ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ କିଶୋର କହିଛନ୍ତି ଯେ ‘ପଟିଆଲାରେ ଅଭ୍ୟାସ ଭଲ ଚାଲିଛି। ଡାଏମଣ୍ଡ ଲିଗ୍ ପୂର୍ବରୁ ଠିକ୍ଠାକ୍ ଚାଲିଥିଲା। କିନ୍ତୁ ଫାଇନାଲ୍ରେ ଭଲ ହେଲାନି। ଅଧିକ ଆତ୍ମବିଶ୍ବାସ ଯୋଗୁଁ ପଦକ ପାଇପାରି ନଥିଲି, ତଥାପି ଦୁଃଖ ନାହିଁ। ସେଠାରେ ବହୁତ କିଛି ଶିଖିବାକୁ ପାଇଛି। ନୀରଜ ଭାଇ ସ୍ବର୍ଣ୍ଣ ଜିତିବା ମୋତେ ଖୁସି ଦେଇଥିଲା। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବି ମୋର ଆଶା ରହିଛି। ସେଦିନର ଫଳାଫଳ ହିଁ ସବୁ କହିବ। ମୋର ଆଶା ଅଲିମ୍ପିକ୍ସରେ ଭାରତ ନିଶ୍ଚିତ ଏକାଧିକ ପଦକ ପାଇବ। ଡାଏମଣ୍ଡ ଲିଗ୍ରେ କରିଥିବା ଭୁଲ୍କୁ ସୁଧାରି କଳିଙ୍ଗରେ ଭଲ କରିବାକୁ ଚେଷ୍ଟା କରିବି। ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ରହିବ।
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୨୭ତମ ଜାତୀୟ ଫେଡେରେସନ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ୩ ଓଡ଼ିଶା ଖେଳାଳି ୧୦୦ ମିଟର ଦୌଡ଼ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ୨୦୦ ମିଟରରେ ରୌପ୍ୟ ଜିତିଥିବା ଅଲମ୍ପିଆନ୍ ଶ୍ରାବଣୀ ନନ୍ଦ ହିଟ୍-୧ରେ ୧୧.୮୭ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହି ଏହି ସ୍ଥାନ ପକ୍କା କରିଛନ୍ତି। ପୁରୁଷ ସେମିଫାଇନାଲ୍ରେ ଅନିମେଶ କୁଜର (୧୦.୫୫ ସେକେଣ୍ଡ) ଓ ଲାଲୁ ପ୍ରସାଦ ଭୋଇ (୧୦.୬୮) ନିଜ ନିଜ ହିଟ୍ରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ପଦକ ଦୌଡ଼ରେ ସାମିଲ ହୋଇଛନ୍ତି। ପୁରୁଷ ହାମର ଥ୍ରୋରେ ପଞ୍ଜାବର ଦମନୀତ ସିଂହ (୬୬.୨୮ ମିଟର) ସ୍ବର୍ଣ୍ଣ ଜିତିଥିଲା ବେଳେ ହରିୟାଣାର ଆଶିଷ ଝାକର (୬୬.୨୪) ରୌପ୍ୟ ଓ ଦିଲ୍ଲୀର ଦେବାଙ୍ଗ (୬୪.୭୫) କାଂସ୍ୟ ପାଇଥିଲେ। ମହିଳା ପୋଲ୍ଭଲ୍ଟରେ ତାମିଲନାଡ଼ୁର ରୋଜି ମୀନା ପୌଲରାଜ (୪.୦୫ ମିଟର) ଓ ବାରାନିକା ଏଲାଙ୍ଗୋଭାନ (୪ ମିଟର) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ କେରଳର ମାରିଆ ଜାଇସନ (୩.୯୦) କାଂସ୍ୟ ଜିତିଥିଲେ।
[ad_2]