ଖେଳ ଖବର

ଆଜି Dhoni-Pandya ମୁକାବିଲା ! ଜିତିଲେ ସିଧା ଫାଇନାଲକୁ ଟିକେଟ, ହେଲେ ହାରିଲେ…? କିଏ ଜିତିବ ଆଜିର ମ୍ଯାଚ ?

ମଙ୍ଗଳବାର ଚେପକ ରେ କ୍ଵାଲିଫାୟାର ୱାନ ଲଢେଇ । ଚେନ୍ନାଇ ସୁପର କିଙ୍ଗସ ସହ ଗୁଜୁରାଟ ଟାଇଟନ୍ସ ର ଟକ୍କର । ହାରିଲେ ପୁଣି ସୁଯୋଗ, ଜିତିଲେ ମିଳିବ ସିଧା ଫାଇନାଲ ଟିକେଟ । କ୍ଵାଲିଫାୟାର ୱାନ ରେ ହାରୁଥିବା ଦଳ କୁ ଏଲିମେଣ୍ଟ ବିଜୟ ଦଳ ସହ ପୁଣି ଖେଳିବାକୁ ସୁଯୋଗ ମିଳିବ କ୍ଵାଲିଫାୟାର-2 ରେ ।

ଏଣୁ ମଙ୍ଗଳବାର ଚେନ୍ନାଇ ର ଚେପକ ରେ ଯିଏ ବି ହାରିବ ସେ ଫାଇନାଲ ଯିବା ପାଇଁ ଆଉ ସୁଯୋଗ ପାଇବ । କିନ୍ତୁ ଏ କ୍ଵାଲିଫାୟାର-1 ର ବିଜେତା ଦଳ ସିଧା ଫାଇନାଲ ରେ ସ୍ଥାନ ପକ୍କା କରିବ । ଏହି ସୁଯୋଗ କୁ ନା ଚେନ୍ନାଇ କି ଗୁଜୁରାଟ କେହି ବି ହାତ ଛଡା କରିବାକୁ ଚାହିଁବେ ନାହିଁ ।

ତେବେ ସ୍ପିନ ଅନୁକୂଳ ଚେପକ ର ଚିତାମ୍ବରମ ଷ୍ଟାଡିୟମ ପିଚ ରେ ଯେଉଁ ଦଳ ସ୍ପିନର ଅଧିକ ସଫଳ ହେବେ ସେହି ଦଳର ପଲ୍ଲା ଭାରି ରହିବ । ଏମିତି ଦେଖିବାକୁ ଗଲେ ଗତ ଥର ର ଚାମ୍ପିୟାନ ଗୁଜୁରାଟ ଟାଇଟନ୍ସ ଆଗରେ 2 ଆଫ୍ରିକୀୟନ ରସିଦ ଖାନ ଓ ନୁର ଅହମଦ ଙ୍କ ରୂପରେ ଦୁଇ ଜଣ ବିଶ୍ଵ ସ୍ତରୀୟ ସ୍ପିନର ହୋଇଛନ୍ତି ।

ରସିଦ ଖାନ ଏହି ସିଜିନ ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେପଟେ ଚେନ୍ନାଇ ସୁପର କିଂ ରବୀନ୍ଦ୍ର ଜାଡେଜା ଓ ମୋଇନ ଅଲ୍ଲୀ ଙ୍କ ଉପରେ ଅଧିକ ନିର୍ଭର କରିବ । ବଶ୍ୟକ ହେଲେ ସ୍ପିନର ମହେଶ ଙ୍କୁ ସୁଯୋଗ ମିଳିବ । ଚେନ୍ନାଇ ତୁଳନାରେ ଟାଇଟନ୍ସ ର ଦ୍ରୁତ ବୋଲିଂ ସାମାନ୍ଯ ଅଧିକ ଶକ୍ତିଶାଳୀ ରହିଛି ।

ବିଶେଷ କରି ମହମଦ ସାମୀ ଦୁଇ ଦଳ ମଧ୍ୟରେ ଏକ ବଡ ଫରକ ରହିଛି । ରୋହିତ ଶର୍ମା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ବୋଲିଂ ଆକ୍ରମଣରେ ବିବିଧତା କରିଛନ୍ତି । ଚେନ୍ନାଇ ପାଇଁ ଶ୍ରୀ ଲଙ୍କା ଦ୍ରୁତ ବୋଲର ମଢିସା ପଥରନ ଓ ଯୁବ ଭାରତୀୟ ତୁଷାର ଦେଶ ପାଣ୍ଡେ ନିର୍ଣ୍ଣାୟକ ଭୂମିକା ନିର୍ଭା ରେ ରହିବେ ।

ଟିମ ଇଣ୍ଡିଆ ସୁଇଙ୍ଗ ଷ୍ଟାର ଦୀପକ ଚହଳ ଦଳ ପାଇଁ ନୂଆ ବଲ ସମ୍ଭାଳି ପାରନ୍ତି । ଦୁଇ ଦଳ ର ବ୍ୟାଟିଙ୍ଗ ଏକଠୁ ଆରକ ବିସ୍ପୋରକ ଓ ଶକ୍ତିଶାଳୀ । ସୁଗମଙ୍ଗ ଗିଲ, ଋଦ୍ଧିମନ ଶାହା, ପାଣ୍ଡ୍ୟା, ବିଜୟ ସଂଘ, ଡେବିଟ ବିଲର ଓ ରାହୁଲ ଟିହତୀୟା ସାରା ସିଜିନ ରେ ତାଙ୍କର ସ୍ଵତନ୍ତ୍ର ଛାପ ଛାଡିଛନ୍ତି ।

ଶ୍ରୀ ଲଙ୍କା ଷ୍ଟାର ଚେନ୍ନାଇ ବିପକ୍ଷରେ ଚୁଡାନ୍ତ ଏକାଦଶକୁ ଆସିବାର ସମ୍ଭାବନା ରହିଛି । ସେପଟେ ଦୁଇ ଓପନର ଡେଭିଡ କନୱେ, ଋତୁରାଜ ଚେନ୍ନାଇ ସୁପର କିଂସ ବ୍ୟାଟିଂ ର ମୂଳ ଖମ୍ବ ଭାବ ସାଜିଥିବା ବେଳେ ମୋଇନି ଅଲ୍ଲୀ, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା ଓ ମହେନ୍ଦ୍ର ସିଂ ଧୋନୀ ଏହାର ଗଭୀରତା ବଢାଇଛନ୍ତି ।

ମଙ୍ଗଳବାର ଚେପକରେ 16ଟି ଆପିଏଲ ଟୁର୍ଣ୍ଣାମେଣ୍ଟ ରୁ ଭାରତର ପ୍ଲେ ଅଫ କୁ ଆସିଥିବା ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ ସହ ଗତ ବର୍ଷ ଟୁର୍ଣ୍ଣାମେଣ୍ଟର ଯୋଗ ଦେଇ ନୂଆ କରି ହାସଲ କରି ଗୁଜୁରତା ସହ ଲଢେଇ ଚିତାକର୍ଷକ ହେବାର ଆଶା କରାଯାଉଛି । ବନ୍ଧୁଗଣ ଏହା ଉପରେ ଆପଣଙ୍କର ମତ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button