ମୁଁ ରାନ୍ଧିଲେ ମୋଦୀ ଖାଇବେ ତ? – Kalinga News
[ad_1]
ନୁଆଦିଲ୍ଲୀ: ଆରଜେଡି ନେତା ତେଜସ୍ବୀ ଯାଦବ ନବରାତ୍ରୀ ସମୟରେ ମାଛ ଖାଉଥିବା ଏବଂ ଏହାର ଏକ ଭିଡିଓ ଅନଲାଇନ୍ରେ ପୋଷ୍ଟ୍ କରିବା ପ୍ରସଙ୍ଗକୁ ବିଜେପି ସମାଲୋଚନା କରିଥିବା ବେଳେ ଏହି ପ୍ରସଙ୍ଗରେ ଆଜି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜବାବ ରଖିଛନ୍ତି। ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶର ସଂସ୍କୃତି ଏବଂ ଖାଇବା ଅଭ୍ୟାସ ସମ୍ପର୍କରେ କୌଣସି ଜ୍ଞାନ ନାହିଁ। କୋଲକାତାରେ ଏକ ନିର୍ବାଚନ ରାଲିରେ ମମତା କହିଛନ୍ତି, ମୁଁ ମୋଦୀଙ୍କ ପାଇଁ କିଛି ବି ରାନ୍ଧିବା ନିମନ୍ତେ ପ୍ରସ୍ତୁତ ଅଛି। କିନ୍ତୁ ମୋଦୀଜୀ ମୋ ଖାଦ୍ୟକୁ ଗ୍ରହଣ କରିବେ ତ ? ମୋଦୀ ଯାହା ଭଲପାଆନ୍ତି ତାଙ୍କପାଇଁ ମୁଁ ତାହା ରାନ୍ଧିବି ବୋଲି ସେ କହିଛନ୍ତି। ହିନ୍ଦୁ ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ନିଜସ୍ବ ପୂଜାପର୍ବ ଏବଂ ନିଜସ୍ବ ଖାଇବା ଶୈଳୀ ଅଛି। ଲୋକଙ୍କ ଖାଇବା ଅଭ୍ୟାସ ଉପରେ ଆକଟ କରିବାପାଇଁ ବିଜେପି କିଏ ବୋଲି ମମତା ପ୍ରଶ୍ନ କରିଛନ୍ତି। ଉଲ୍ଳେଖଯୋଗ୍ୟ, ତେଜସ୍ବୀ ନବରାତ୍ରୀ ସମୟରେ ମାଛ ଖାଉଥିବାର ଭିଡିଓ ଅନ୍ଲାଇନରେ ପୋଷ୍ଟ୍ କରିବାପରେ ମୋଦୀ କହିଥିଲେ, ବିରୋଧୀ ନେତାମାନେ ପବିତ୍ର ଶ୍ରାବଣ ମାସ ଏବଂ ନବରାତ୍ରୀ ସମୟରେ ଆମିଷ ଖାଇ ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି।
[ad_2]