ରାଜନୀତି

ବିଜେପି ଛାଡ଼ିଲେ ‌ସୋନାଲି ସାହୁ, ଇସ୍ତଫା ପତ୍ରରେ ଆଣିଲେ ଏମିତି ଅଭିଯୋଗ – Kalinga News

[ad_1]

ଭୁବନେଶ୍ବର: ମହିଳା ନେତ୍ରୀ ସୋନାଲି ସାହୁ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡ଼ିଛନ୍ତି। ସେ ଆଜି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଏଥି ସହିତ ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି।

ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାମ କରିଛି। ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। ଏବେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଆ ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି।

ସୂଚନାଯୋଗ୍ୟ, ସୋନାଲି ସାହୁ ବିଜେପିରେ ଯୋଗଦେବା ପୂର୍ବରୁ କଂଗ୍ରେସର ସଦସ୍ୟ ଥିଲେ। ସେ ଏବେ ବିଜେପିରୁ ଇସ୍ତଫା ଦେଲା ପରେ କେଉଁ ଦଳରେ ମିଶିବେ, ତାହା ଗଣମାଧ୍ୟମକୁ ଜଣାଇ ନାହାନ୍ତି। ମାତ୍ର ଯାହା ଆଶା କରାଯାଉଛି ସେ ବିଜେଡିରେ ଯୋଗଦେଇ ପାରନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button