ଆପ୍କୁ ଭୟ କରୁଛି ବିଜେପି: କେଜ୍ରିୱାଲ – Kalinga News

[ad_1]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ସୋମବାର ଆପ୍ର କାଉନସିଲରଙ୍କ ସହ ବୈଠକ କରି ସେମାନେ ବିଜେପି ଓ କେନ୍ଦ୍ରୀୟ ଏଜେନ୍ସିର ଚାପ ଆଗରେ ମୁଣ୍ଡ ନୁଆଁଇ ନ ଥିବାରୁ ପ୍ରଶଂସା କରିଛନ୍ତି। ସେ ମଧ୍ୟ କାଉନସିଲରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଗତ ସପ୍ତାହରେ ସୁପ୍ରିମ୍କୋର୍ଟ ଦେଇଥିବା ଅନ୍ତରୀଣ ଜାମିନରେ ତିହାର ଜେଲରୁ ମୁକୁଳିବା ପରେ କେଜ୍ରିୱାଲଙ୍କ ଏହା ଥିଲା ପୌର କାଉନସିଲରମାନଙ୍କ ସହ ପ୍ରଥମ ସାକ୍ଷାତ।

Sambad is now on WhatsApp
Join and get latest news updates delivered to you via WhatsApp
କେଜ୍ରିୱାଲ କାଉନସିଲରମାନଙ୍କୁ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ପରେ ଯଦି ଇଣ୍ଡି-ମେଣ୍ଟ କ୍ଷମତାକୁ ଆସେ ତେବେ ସେ ଜୁନ୍ ୫ ତାରିଖରେ ତିହାରରୁ ଫେରିବେ। ତାଙ୍କ ମନୋବଳକୁ ଭାଙ୍ଗିବା ଏବଂ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଥିଲା। ତିହାରରେ ତାଙ୍କ ସେଲ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ଲଗାଯାଇଥିଲା ଏବଂ ୧୩ ଜଣ ଅଧିକାରୀ ତା’ ଉପରେ ନଜର ରଖିଥିଲେ। ପିଏମ୍ଓକୁ ସିସିଟିଭି ଫିଡ୍ ମଧ୍ୟ ଯୋଗାଇ ଦିଆଯାଇଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଆପ୍କୁ ଲୋକମାନେ ଭଲ ପାଆନ୍ତି ଏବଂ ବିଜେପି ଏହାର ଭଲ କାର୍ଯ୍ୟ ପାଇଁ ଭୟ କରୁଛି। ଆପ୍ କର୍ମୀମାନେ ସହଜରେ ଦଳ ଛାଡ଼ିବେ ନାହିଁ ବୋଲି ସାରା ଦେଶ ଜାଣିସାରିଲାଣି। ସେମାନଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ଆମ ଲୋକମାନେ ନା ଇଡି ଭୟରେ ନା ଟଙ୍କା ଲୋଭରେ ଆମକୁ ଛାଡ଼ିଥିଲେ। ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଲୋକସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରିବାକୁ କେଜ୍ରିୱାଲ କାଉନସିଲରମାନଙ୍କୁ କହିଛନ୍ତି।
[ad_2]