ମନୋରଞ୍ଜନ

ମୃତ୍ୟୁର ୧୦ଦିନ ପୂର୍ବରୁ ମନୋଜଙ୍କୁ ଏହି ଖାଦ୍ୟ ତିଆରି କରିବାକୁ କହିଥିଲେ ସୁଶାନ୍ତ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦୁଃଖ ଆଜି ବି ଲୋକମାନଙ୍କ ମନରେ ରହିଛି। ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି। ସୁଶାନ୍ତଙ୍କ ପରିବାର ଏବେ ବି ଏ ପ୍ରଶ୍ନର ଉତ୍ତର ଖୋଜୁଛି। ଏମଧ୍ୟରେ ବଲିଉଡର ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ ସୁଶାନ୍ତଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ମୃତ୍ୟୁର ୧୦ଦିନ ପୂର୍ବରୁ ସୁଶାନ୍ତ ତାଙ୍କୁ କ’ଣ କହିଥିଲେ ତାହା ଜଣାଇଛନ୍ତି ମନୋଜ ବାଜପେୟୀ।

ନିକଟରେ ଏକ ସାକ୍ଷାତକାରରେ ମନୋଜ କହିଥିଲେ ଯେ, “ସୁଶାନ୍ତ ଟ୍ରୋଲିଂ ଓ ମିଛ ଖବରକୁ ନେଇ ବହୁତ ପ୍ରଭାବିତ ହେଉଥିଲେ। ସେ ଜଣେ ଭଲ ମଣିଷ ଥିଲେ ଏବଂ କେବଳ ଜଣେ ଭଲ ମଣିଷ ହିଁ ମିଛ ଖବରକୁ ନେଇ ବହୁତ ପ୍ରଭାବିତ ହେବ। ସେ ମୋତେ ବାରମ୍ବାର ପଚାରୁଥିଲେ, ସାର୍, ମୁଁ କଣ କରିବି? ମୁଁ ସବୁବେଳେ ତାଙ୍କୁ ଏତେ ଚିନ୍ତା ନକରିବାକୁ କହୁଥିଲି। କିନ୍ତୁ ସେ ବହୁତ ଚିନ୍ତା କରୁଥିଲେ। ନିଜ ଭାବମୂର୍ତ୍ତିକୁ ନେଇ ସେ ବହୁତ ସଚେତନ ଥିଲେ। ସେ ଆଉ ମୁଁ ଫିଲ୍ମ ‘ସୋନଚିରୈୟା’ରେ କାମ କରିଥିଲୁ। ସେବେଠୁ ଆମର ବନ୍ଧୁତା ଥିଲା। ଆମେ ଦୁହେଁ ବିହାରର ହୋଇଥିବାରୁ ମାଂସ-ଭାତ ଆମକୁ ଭଲ ଲାଗେ। ମୁଁ ଭଲ ମାଂସ ରୋଷେଇ କରୁଥିବାରୁ ସେ ମୋତେ କେବେ ତିଆରି କରି ଖାଇବାକୁ ଦେବାକୁ କହିଥିଲେ। ମୁଁ କହିଥିଲି ତିଆରି କଲେ ନିଶ୍ଚିତ ଡାକିବି। ଏହାର ୧୦ଦିନ ପରେ ମୋତେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଆଜି ପର୍ଯ୍ୟନ୍ତ ମୁଁ ୨ଜଣଙ୍କ ଦେହାନ୍ତ ହୋଇଥିବା ନେଇ ବିଶ୍ବାସ କରିପାରୁ ନାହିଁ। ଜଣେ ହେଲେ ସୁଶାନ୍ତ ଏବଂ ଅନ୍ୟ ଜଣେ ଇରଫାନ୍ ଖାନ୍। ଦୁହେଁ ଶୀଘ୍ର ଚାଲିଗଲେ। “



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button