ଅପରାଧ

ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ବିଚ୍ ମା‌ର୍କେଟରେ ଆକ୍ରମଣ କଲା ସ୍ବାମୀ – Kalinga News

[ad_1]

ଲକ୍ଷ୍ନୌ: ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ବିଚ୍ ମା‌ର୍କେଟରେ ଆକ୍ରମଣ କଲା ସ୍ବାମୀ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଡାଲିଗଞ୍ଜରେ ଘଟିଛି ଏଭଳି ଘଟଣା। ପୀଡ଼ିତା ପରିବା ଆଣିବା ପାଇଁ ମାର୍କେଟ ଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଏକ କତୁରୀ ସାହାଯ୍ୟରେ ମହିଳାଙ୍କୁ ୧୯ଥର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଭଲ ଥିବା କହିଛନ୍ତି ଡାକ୍ତର। ମହିଳାଙ୍କ ପୁଅ ଏନେଇ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ଅଭିଯୁକ୍ତର ନାମ ବ୍ରିଜମୋହନ ନିଶଦ ବୋଲି ଜଣାପଡ଼ିଛି।

ବ୍ରିଜମୋହନଙ୍କ ପୁଅ ରାହୁଲଙ୍କ ଅଭିଯୋଗ ମୁତାବକ, ମା’ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ବାପା ସବୁବେଳେ ମା’ଙ୍କୁ  ମାରୁଥିଲେ। ଡିସେମ୍ବରରେ ମଧ୍ୟ ମାଡ଼ ମାରିବା ନେଇ ଆମେ ଅଭିଯୋଗ କରିଥିଲୁ। ସବୁଥର ମାଡ଼ ମାରୁଥିଲେ ବି ଏଥର କତୁରୀ ସାହାଯ୍ୟରେ ବିଚ୍ ବଜାରରେ ବାପା, ମା’ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମୁଁ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ଏବେ ତାଙ୍କର ଚିକିତ୍ସା ଚାଲିଛି ଓ ସେ ସୁସ୍ଥ ହେଉଛନ୍ତି। ଅଭିଯୋଗ ପରେ ଏବେ ବାପାଙ୍କୁ ଗିରଫ କରିଛି ପୁଲିସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button