କନ୍ୟା ବିବାହ ପାଇଁ ଅପେକ୍ଷା କରି ରହିଥିବାବେଳେ ବାଟରେ ଜଳିଗଲେ ବର – Kalinga News

[ad_1]
ନୂଆଦିଲ୍ଲୀ: ଗତ ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ବରଯାତ୍ରୀ ଧରି ଯାଉଥିବା ବେଳେ ବରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବରଙ୍କ ନାମ ଆକାଶ ଅହିରୱାର ଥିବା ବେଳେ ବୟସ ୨୫ ହୋଇଥିଲା। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆକାଶଙ୍କ ସାନ ଭାଇ ଆଶିଷ ଓ ୭ ବର୍ଷୀୟ ଭଣଜା ଓ ଡ୍ରାଇଭର ଜୟୀକରଣଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଆକାଶ ଅହିରୱାରଙ୍କ ବିବାହ ଧୁମଧାମରେ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସେ ବି ବରଯାତ୍ରୀ ଧରି କନ୍ୟାଘର ଅଭିମୁଖେ ବାହାରି ଯାଇଥିଲେ। ବରଗାଡ଼ିରେ ବର ଆକାଶ ଅହିରୱାରଙ୍କ ସମେତ ତାଙ୍କ ଭାଇ ଆଶିଷ ଓ ଭଣଜା ବସିଥିଲେ।
କନ୍ୟା ଘରେ ପହଞ୍ଚିବା ପାଇଁ ଆଉ ୧୦କିଲୋମିଟର ବାକି ଥିବା ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସହିତ ବରଗାଡ଼ିର ଧକ୍କା ଦେଇଥିଲା। କେହି କିଛି ବୁଝିବା ପୂର୍ବରୁ କାରରେ ନିଆଁ ଲାଗି ଯାଇଥିଲା।
ବର ଆକାଶଙ୍କ ସମେତ କାର ଭିତରେ ଥିବା ତାଙ୍କ ଭାଇ ଓ ଭଣଜା ଘଟଣାସ୍ଥଳରେ ହିଁ ଜଳି ଯାଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବହୁକଷ୍ଟରେ ୪ଜଣଙ୍କ ମୃତଦେହକୁ କାର ଭିତରୁ ବାହାର କରିଥିଲେ। ପୁଲିସ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ଫେରାର ଟ୍ରକ ଚାଳକକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
[ad_2]