ରାଜନୀତି

ପ୍ରଚାର ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ – Kalinga News

[ad_1]

ଭୁବନେଶ୍ବର: ନିର୍ବାଚନକୁ ନେଇ ରାଜଧାନୀ ରାଜନୀତି ସରଗରମ ଥିବା ବେଳେ ଆଜି ରାଜନୈତିକ ହିଂସା ଦେଖାଦେଇଛି। ପ୍ରଚାର ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ମଧ୍ୟ ନିର୍ବାଚନମଣ୍ଡଳୀର ନୂଆପଲ୍ଲୀ ଥାନା ତ୍ରିନାଥ ବସ୍ତି ବାଲିତୋଟାସାହି ଅଞ୍ଚଳରେ ଏହି ଘଟଣା ଘଟିଛି। ଏନେଇ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧ଟା ସମୟରେ ନୂଆପଲ୍ଲୀ ଥାନା ତ୍ରିନାଥ ବସ୍ତିରେ ବିଜେଡି ପକ୍ଷରୁ ପ୍ରଚାର ଚାଲିଥିଲା। ଦଳୀୟ ସମର୍ଥକଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ପଦଯାତ୍ରା କରି ପ୍ରଚାର କରୁଥିଲେ। ଏହି ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବିଜେପି ସମର୍ଥକ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏମିତିକି ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ସ୍ଥିତି ଅସମ୍ଭାଳ ହେବାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ସେଠାରୁ ଉଭୟ ଗୋଷ୍ଠୀ ଚାଲିଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଛକାପଞ୍ଝା ସହ ଉତ୍ତେଜନାମୂଳକ ସ୍ଥିତି ଲାଗିରହିଛି। ଆଗକୁ ଯେଭଳି ବଡ଼ ଅଘଟଣ ନଘଟିବ, ସେହି ଅନୁସାରେ ସ୍ଥିତି ଉପରେ ପୁଲିସ କଡ଼ା ନଜର ରଖିଛି। ସେଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ବିଜେଡି ପକ୍ଷରୁ ସମରେନ୍ଦ୍ର ଓ ବିଜେପି ପକ୍ଷରୁ ଲକ୍ଷ୍ମଣ ଥାନାରେ ଅଭିଯୋଗ କରିଲା ପରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି।
ବିଜେପି ସମର୍ଥକ ଲକ୍ଷ୍ମଣ ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରଚାର ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୱାର୍ଡ ନଂ-୩୮ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶନୀଙ୍କ ସ୍ବାମୀ ସମରେନ୍ଦ୍ର ଜେନା ଓ ୫୦ରୁ ଊର୍ଧ୍ବ ସମର୍ଥକ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ମାଡ଼ମାରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଛି। ଏମିତିକି ତାଙ୍କ ପରିବାରଲୋକଙ୍କୁ ଅସଦାଚରଣ କରାଯାଇଥିବା ସହ ଧମକଚମକ ଦିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ସମରେନ୍ଦ୍ର ଗଣମାଧ୍ୟମରେ କହିଛନ୍ତି, ଦଳୀୟ ପ୍ରଚାର ଓ ପୋଷ୍ଟର ମାରିବା ବେଳେ ଲକ୍ଷ୍ମଣ ଓ ତାଙ୍କ ସମର୍ଥକ ପୋଷ୍ଟର ଚିରି ଥିଲେ। ସେମାନଙ୍କୁ କମେଣ୍ଟ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଆକ୍ରମଣ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button