ପ୍ରଚଣ୍ଡ-ଓଲି ପୁଣି ହେଲେ ମିଳିତ: ଭାରତର ବଢ଼ିଲା ଚିନ୍ତା – Kalinga News

[ad_1]
କାଠମାଣ୍ଡୁ: ନେପାଳର ରାଜନୀତିରେ ପୁଣି ଏକ ଅଦଳବଦଳ ହୋଇଛି। ନୂଆ ସମୀକରଣରେ ମାଓବାଦୀ ନେତା ତଥା ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ କମଲଙ୍କ ପାର୍ଟି ମାଓବାଦୀ ସେଣ୍ଟର ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ମାର୍କ୍ସବାଦୀ ଲେନିନବାଦୀ(ୟୁଏମଏଲ) ପାର୍ଟି ମିଳିତ ହୋଇଛନ୍ତି। ଏହା ସହିତ ନେପାଳ ରାଜନୀତିରେ କମ୍ୟୁନିଷ୍ଟ ପାର୍ଟି ପୁଣି ଏକାଠି ହୋଇଛନ୍ତି। ଏହା ପୂର୍ବରୁ ଗତ ୨୦୨୩ ବର୍ଷ ଫେବ୍ରୁଆରୀରେ ପ୍ରଚଣ୍ଡ ଏବଂ ଓଲିଙ୍କ ପାର୍ଟିର ମେଣ୍ଟ ଭାଙ୍ଗିଯାଇଥିଲା। ଏବେ ଦେଶର ଦୁଇ ପ୍ରମୁଖ ଶକ୍ତି ମିଳିତ ହୋଇଛନ୍ତି। ନେପାଳରେ ହୋଇଥିବା କମ୍ୟୁନିଷ୍ଟ ସମୀକରଣ ଦ୍ବାରା ଚୀନ ଲାଭାନ୍ବିତ ହେବ ବୋଲି କୁହାଯାଉଛି। କିନ୍ତୁ ଏହାକୁ ନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନେପାଳରେ ହୋଇଥିବା ନୂଆ ସମୀକରଣ ଯୋଗୁ ସଂସଦର ବୃହତ ଦଳ ନେପାଳୀ କଂଗ୍ରେସ ଏବେ ବିରୋଧୀ ଆସନରେ ବସିବ। ନେପାଳୀ କଂଗ୍ରେସ ଦେଶର ପୁରାତନ ଦଳ। ଏହି ଦଳ ନେପାଳରେ କ୍ଷମତାରେ ରହିବା ଭାରତ ପାଇଁ ଲାଭଦାୟକ ହୋଇଥାଏ। ଅପରପକ୍ଷରେ ଦେଶରେ କମ୍ୟୁନିଷ୍ଟ ପାର୍ଟି ଏକାଠି ହେବା ଚୀନ ପାଇଁ ଶୁଭଙ୍କର ହେବାର ଆଶା ରହିଛି। କାରଣ ଚୀନରେ କମ୍ୟୁନିଷ୍ଟ ସରକାର କ୍ଷମତାରେ ଅଛନ୍ତି। ଚୀନ ସବୁବେଳେ ପ୍ରୟାସ କରିଥାଏ ନେପାଳରେ କମ୍ୟୁନିଷ୍ଟ ପାର୍ଟିଙ୍କ ମଧ୍ୟରେ ମେଣ୍ଟ ରହୁ। ପ୍ରଚଣ୍ଡ ଏବଂ ଓଲିଙ୍କ ମଧ୍ୟରେ ମେଣ୍ଟ ହେବା ଲାଗି ଚୀନ ଉଦ୍ୟମ କରୁଥିଲା।
ନେପାଳ ମିଡ଼ିଆ ଅନୁସାରେ ଶେର ବାହାଦୂର ଦେଓବାଙ୍କ ନେପାଳୀ କଂଗ୍ରେସ ଏବଂ ପ୍ରଚଣ୍ଡଙ୍କ ପାର୍ଟି ମଧ୍ୟରେ ଗତ କିଛି ସପ୍ତାହ ଧରି ସମ୍ପର୍କ ଠିକ୍ ନଥିଲା। କିନ୍ତୁ ସେମାନେ ଯେ ଅଲଗା ହୋଇଯିବେ ତାହା କେହି ଆଶା ମଧ୍ୟ କରି ନଥିଲେ।
[ad_2]