ରାଜନୀତି

ବିଜେଡିକୁ ୨୫ ବର୍ଷ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି  ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ଆଡକୁ ଯାଉଛି ଓଡ଼ିଶା । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବାକୁ ଆହ୍ମାନ ଦେଇଛନ୍ତି। ୨୫ ବର୍ଷ ଶାସନ ପରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେ ସ୍ଥାନକୁ ଯାଇନି। କମ ସଂଶାଧନ ଥିବା ରାଜ୍ୟ ଓଡ଼ିଶା ଠାରୁ ବେଶ ଆଗରେ। କଂଗ୍ରେସକୁ ଦଶନ୍ଧି ଦଶନ୍ଧି ଧରି ସୁଯୋଗ ଦେଲେ, ବିଜେଡିକୁ ୨୫ ବର୍ଷ ସୁଯୋଗ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ। ଓଡ଼ିଶାକୁ ୧ ନମ୍ବର କରି ଦେଖାଇବୁ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇଲେ ନାହିଁ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ୨୫ ବର୍ଷ ସରକାରରେ ୩ ମାସ ପୂର୍ବରୁ ଦୂଷିତ ପିଇବା ପାଣି କାରଣରୁ ହଇଜା ହେଉଛି। ଜଳସେଚନର ଘୋର ଅଭାବ ଦେଖିବାକୁ ମିଳିଛି। ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ। ମହିଳା ନିର୍ଯାତନାରେ ଚିନ୍ତାଜନକ ରିପୋର୍ଟ ଆସୁଛି। ଓଡ଼ିଶାର ଏକ ତୃତୀୟାଂଶ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ହିଁ ଅଧିକ ଲୋକ ଗୁଜୁରାଟ ଯାଇଛନ୍ତି।

ଓଡ଼ିଆ ଅସ୍ମିତାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଆଉ ୧୨ ବର୍ଷ ପରେ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। କିନ୍ତୁ ଏବେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬% ରହିଛି । ଗୁଜୁରାଟରେ ଏହି ଶିଶୁ ମୃତ୍ୟୁହାର ୨୩% ରହିଛି। ଜାତୀୟସ୍ତରରେ ଶିଶୁ ମୃତ୍ୟୁହାରରେ ଓଡ଼ିଶା ୨ ନମ୍ବର ସ୍ଥାନରେ ରହିଛି। ଜାତୀୟସ୍ତରରେ ମୁଣ୍ଡ ପିଛା ଚିକିତ୍ସା ଖର୍ଚ୍ଚ ୨୦୧୪ ଟଙ୍କା ରହିଛି, ଗୁଜୁରାଟରେ ଏହା ୧୮୬୧ ଟଙ୍କା ଏବଂ ଓଡ଼ିଶାରେ ଏହା ୧୪୪୯ ଟଙ୍କା । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ କରି ୫୦% ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାନ୍ତି। ଗୁଜୁରାଟରେ ଏହା ୨୮% ଥିବା ବେଳେ ଜାତୀୟସ୍ତରରେ ଏହା ୨୦% ରହିଛି। ଓଡ଼ିଆ ଚଳଣିରେ ଆମେ ପରମ୍ପରାରେ ବିଶ୍ୱାସ କରୁ । ଯେଉଁମାନଙ୍କ ହାତରେ ଶାସନ ଭାର ରହିଛି ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି, ମାଙ୍କଡ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ। ତେଣୁ ଓଡ଼ିଶାକୁ ଏ ପରିସ୍ଥିତିରୁ ବାହାରକୁ ଆଣିବାକୁ ପଡ଼ିବ। ଓଡ଼ିଶା ଯେତେବେଳେ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପାଳୁଥିବ, ସେତେବେଳେ ନଅଙ୍କ ଦୁର୍ଭିକ୍ଷ ସ୍ଥିତି ଆଡ଼କୁ ଯିବା ନା ଏକ ନମ୍ବର ରାଜ୍ୟ ହେବ, ତାହା ଓଡ଼ିଶାବାସୀ ସ୍ଥିର କରିବେ। ୨୫ ବର୍ଷ ସରକାର ରହିବା ପରେ ଓଡ଼ିଶା ଲୋକ କାହିଁକି କାମ ପାଇଁ ବାହାରକୁ ଯାଉଛନ୍ତି। କଂଗ୍ରେସ ଯେମିତି ବିଭିନ୍ନ ରାଜ୍ୟରେ ନିଶ୍ଚିହ୍ନ ହୋଇସାରିଲାଣି, ଠିକ୍ ସେହିଭଳି ଅବସ୍ଥା ଓଡ଼ିଶାରେ ବିଜେଡିର ହେବାକୁ ଯାଉଛି।

ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ମୋତେ ବିଜେଡି ଅତି ନୀଚ୍ଚା କରି ଦେଖାଉଛି । ଏଥିରେ ମୁଁ ବହୁତ ଖୁସି । ମୁଁ ବାହାର ରାଜ୍ୟରୁ ୨ ଥର ରାଜ୍ୟସଭା ଗଲି, ଓଡ଼ିଆ ପୁଅକୁ ଏଭଳି ସୁଯୋଗ ଦେଇ ଆମ ଦଳ ଭୁଲ କରି ଦେଇଛି ବୋଧେ। ମୋତେ ଦାଦନ ସାଂସଦ କହିଲେ, ମୁଁ ଦାଦନ ହେବାକୁ ରାଜି। ମୋତେ ଡାକପିଅନ ଓ ରାଜମିସ୍ତ୍ରୀ କହୁଛନ୍ତି। ଓଡ଼ିଶାର ନିର୍ମାଣ ପାଇଁ ମୁଁ ରାଜମିସ୍ତ୍ରୀ ହେବି। ଓଡ଼ିଆ ଲୋକ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବେ। ଆଉଟସୋର୍ସ ଲୋକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବନି। ଏ ଓଡ଼ିଆ ଜାତି ଆଗରୁ ମୁଣ୍ଡ ନୁଆଇଁନଥିଲା, ଏବେ ମଧ୍ୟ ମୁଣ୍ଡ ନୁଆଁଇବନି। ବିଜେପିର ରାଜମିସ୍ତ୍ରୀ ମିଶିକି ଓଡ଼ିଶାର ନିର୍ମାଣ କରିବୁ। ଏହା ଓଡ଼ିଆ ଅସ୍ମିତାର ପରିଚୟ ହେବ ବୋଲି କହି ବିଜେଡିକୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button