ଓଡ଼ିଶାର ୬ ଲୋକସଭା ଆସନ, ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ – Kalinga News
[ad_1]
ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶନିବାର ସକାଳ ୭ଟାରୁ ୬ ଲୋକସଭା ଆସନ ଏବଂ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ମତଦାରନ କେନ୍ଦ୍ରରେ ଭୋଟର ଲାଇନ୍ରେ ଛିଡା ହୋଇ ଶାନ୍ତିଶୃଙ୍ଖଳା ସହ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି।
କାଲି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି। ୧୦ ହଜାର ୫୫୧ କେନ୍ଦ୍ରରେ ମତଦାନ ଜାରି ରହିଛି। ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି। ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ୧୨୧ କଂପାନି ଥିବା ବେଳେ ଓଡ଼ିଶା ସଶସ୍ତ୍ର ବାହିନୀର ୧୦୬ ପ୍ଲାଟୁନ ଫୋର୍ସ ଏବଂ ୧୯୮୬୫ ସିଭିଲ ପୁଲିସ କର୍ମଚାରୀ ସାମିଲ ଅଛନ୍ତି।
ଛତିଶଗଡ଼ରୁ ୩ଶହ କନଷ୍ଟେବଳ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି। ଅନ୍ୟସ୍ଥାନରେ ନିର୍ବାଚନ ସରିବା ପରେ ୨୦ କମ୍ପାନୀ ସିଏପିଏଫ ମଧ୍ୟ ମତଦାନ କରାଯାଉଥିବା ଅଞ୍ଚଳକୁ ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର ପୋଲିସ ଜିଲାର ୪ଟି ବିଧାନସଭା କ୍ଷେତ୍ରରେ ୧୨ ସିଏପିଏଫ୍ କମ୍ପାନୀ ମୁତୟନ ହୋଇଥିବା ବେଳେ ଦେବଗଡ଼ର ଗୋଟିଏ ନିର୍ବାଚନମଣ୍ଡଳୀରେ ୨, ଅନୁଗୋଳର ୫ ବିଧାନସଭା କ୍ଷେତ୍ରରେ ୧୨, ଢେଙ୍କାନାଳର ୪ ବିଧାନସଭା କ୍ଷେତ୍ରରେ ୮, ମୟୂରଭଞ୍ଜର ୧ ବିଧାନସଭା କ୍ଷେତ୍ରରେ ୨, କେନ୍ଦୁଝର ୬ ବିଧାନସଭା କ୍ଷେତ୍ରରେ ୧୭, କଟକ ଗ୍ରାମୀଣ ୩ ବିଧାନସଭା କ୍ଷେତ୍ରରେ ୧୧, କଟକ ସହରାଞ୍ଚଳ କ୍ଷେତ୍ରର ୩ ବିଧାନସଭା ନିର୍ବାଚନମଣ୍ଡଳୀରେ ୮ କମ୍ପାନୀ ମୁତୟନ ହୋଇଛନ୍ତି। ସେହିପରି ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ୫ ବିଧାନସଭା କ୍ଷେତ୍ରରେ ୧୩, ଖୋର୍ଦ୍ଧାର ୩ ବିଧାନସଭା କ୍ଷେତ୍ରରେ ୧୧, ପୁରୀର ୪ ବିଧାନସଭା କ୍ଷେତ୍ରରେ ୧୧, ନୟାଗଡ଼ ପୋଲିସ ଜିଲାର ୩ ବିଧାନସଭା କ୍ଷେତ୍ରରେ ୧୪ ସିଏପିଏଫ୍ କମ୍ପାନୀ ମୁତୟନ ହୋଇଛନ୍ତି।
ଏହି ନିର୍ବାଚନରେ ୨ ହଜାର ୧୧୬ ଏସଆଇ ଓ ଏଏସଆଇ, ୧୦ ହଜାର ୨୧୨ କନଷ୍ଟେବଳ, ୭ହଜାର ହୋମଗାର୍ଡଙ୍କୁ ମୁତୟନ କରାଯାଇଛି।
ଏହି ପର୍ଯ୍ୟାୟରେ ଲୋକ ସଭା ଆସନରେ ମୋଟ ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୬,୧୭,୬୦୨ ମହିଳା, ୪୮,୨୯,୬୬୦ ପୁରୁଷ ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ମତଦାତା ଲିଙ୍ଗ ଅନୁପାତ ୯୫୬ ରହିଛି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮ରୁ ୧୯ ବର୍ଷର ପ୍ରଥମ ଥର ମତଦାତା ଥିବାବେଳେ ୨୦ରୁ ୨୯ ବର୍ଷର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି। ନିର୍ବାଚନ ପାଇଁ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି। ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ସେହିପରି ୩୦ଟି ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨ ହଜାର ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମସ୍ତ ପୋଲିଂ ଷ୍ଟେସନରେ ଜଣେ ଲେଖାଏ ସ୍ବେଚ୍ଛାସେବୀ ଓ ଜଣେ ଲେଖାଏ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ା
[ad_2]