ରାଜନୀତି

ବିରୋଧୀ ମେଣ୍ଟର ଶକ୍ତି ପ୍ରଦର୍ଶନ: ୨୮ ଦଳ ସାମିଲ, ସ୍ବାସ୍ଥ୍ୟଗତ କାରଣରୁ ରାହୁଲ ଆସିଲେନି – Kalinga News

[ad_1]

ମୋ ସ୍ବାମୀଙ୍କୁ ହତ୍ୟା ଷଡ଼୍‌ଯନ୍ତ୍ର ହେଉଛି: ସୁନୀତା କେଜ୍ରିୱାଲ

ରାଞ୍ଚି: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆଜି ଇଣ୍ଡି ମେଣ୍ଟ ଶକ୍ତି ପ୍ରଦର୍ଶନ କରିଛି। ମେଣ୍ଟର ୨୮ଟି ରାଜନୈତିକ ଦଳ ଏହି ମେଗାରାଲିରେ ସାମିଲ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ବାସ୍ଥ୍ୟଗତ କାରଣରୁ ଏଥିରେ ଅଂଶଗ୍ରହଣ କରିନଥିଲେ। ରାଲିକୁ ସମ୍ବୋଧିତ କରି ଆମ୍ ଆଦମୀ ପାର୍ଟି (ଆପ୍‌) ନେତ୍ରୀ ସୁନୀତା କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ସ୍ବାମୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କ୍ଷମତା ଲୋଭ ନାହିଁ। ସେ କେବଳ ଦେଶର ସେବା କରିବାକୁ ଚାହୁଛନ୍ତି ଏବଂ ସେ ଦେଶକୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ତାଙ୍କର ସଫଳତାକୁ ବର୍ତ୍ତମାନର ଏକଛତ୍ରବାଦୀ ଏନ୍‌ଡିଏ ସରକାର ସହ୍ୟ କରିପାରୁନାହିଁ। ଛଳ, କପଟ ଓ ଷଡ଼୍‌ଯନ୍ତ୍ର ଦ୍ବାରା ତାଙ୍କୁ ଜେଲ୍‌ରେ ରଖାଯାଇଛି। ଅରବିନ୍ଦ କେଜ୍ରିୱାଲ ଗତ ୧୨ ବର୍ଷ ଧରି ପ୍ରତିଦିନ ଇନସୁଲିନ ନେଉଛନ୍ତି, କିନ୍ତୁ ଜେଲରେ ତାଙ୍କୁ ଇନସୁଲିନ ଦିଆଯାଉନାହିଁ। ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଛନ୍ତି। ଏଥିପାଇଁ ସେମାନେ ଷଡ଼୍‌ଯନ୍ତ୍ର କରୁଛନ୍ତି। ତେବେ ଅରବିନ୍ଦ ଜଣେ ସିଂହ ଏବଂ ସେ ଏଭଳି କୌଣସି ଷଡ଼୍‌ଯନ୍ତ୍ରକୁ ଖାତିର କରୁନାହାନ୍ତି ବୋଲି ସୁନୀତା କହିଛନ୍ତି।

ସୁନୀତା ଆଜି ରାଲିରେ ମୋ ସ୍ୱାମୀଙ୍କ ଦୋଷ କ’ଣ ବୋଲି ପଚାରିଛନ୍ତି। ଏହା ସହିତ ହେମନ୍ତ ସୋରେନଙ୍କୁ କେଉଁ ଅପରାଧରେ ଜେଲ୍‌ ପଠାଯାଇଛି ବୋଲି ମଧ୍ୟ ସେ ଏନ୍‌ଡିଏ ସରକାରକୁ ପ୍ରଶ୍ନ କରିଛନ୍ତି। ଅରବିନ୍ଦ ଦିଲ୍ଲୀ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛନ୍ତି ବୋଲି ସୁନୀତା କହିଛନ୍ତି। ଏହି ରାଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍‌ରୁ ପଠାଇଥିବା ଏକ ବାର୍ତ୍ତାକୁ ତାଙ୍କ ପତ୍ନୀ ତଥା ଜେଏମଏମ ନେତ୍ରୀ କଳ୍ପନା ସୋରେନ ପଢ଼ିଥିଲେ। ବାର୍ତ୍ତା ମାଧ୍ୟମରେ ହେମନ୍ତ କହିଛନ୍ତି ଯେ ଆଜି ଝାଡ଼ଖଣ୍ଡ ‘ଉଲଗୁଲାନ୍ ରାଲି’ରେ ମୁଁ ଆପଣଙ୍କ ସହିତ ନାହିଁ। ଗତ ୪ ବର୍ଷ ହେଲା ମୋ ବିରୋଧରେ ଷଡ଼୍‌ଯନ୍ତ୍ର ଚାଲିଛି ଏବଂ ଶେଷରେ ଭିତ୍ତିହୀନ ଅଭିଯୋଗରେ ମୋତେ ପ୍ରାୟ ଅଢ଼େଇ ମାସ ଧରି ବିର୍ସା ଜେଲରେ ବନ୍ଦ କରି ରଖାଯାଇଛି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଵାଲ ମଧ୍ୟ ତାଙ୍କ ସହଯୋଗୀଙ୍କ ସହ ଦିଲ୍ଲୀର ତିହାର ଜେଲ୍‌ରେ ଅଛନ୍ତି। ଲୋକେ ଏହାର ଜବାବ ଦେବେ ବୋଲି ସୋରେନ୍‌ କହିଛନ୍ତି। ରାଲିରେ ଉଦ୍‌ବୋଧନ ଦେଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ ଯେବେଠାରୁ ମୋଦୀ ସରକାର ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଇଛନ୍ତି, ସେମାନେ ସେହିଦନଠାରୁ ହିଁ ନିର୍ବାଚନ ହାରିଛନ୍ତି । ଯେତେବେଳେ କୁସ୍ତିଯୋଦ୍ଧା ପଡ଼ିଆରେ ହାରିବା ଆରମ୍ଭ କରନ୍ତି, ସେତେବେଳେ ଅନେକ କୌଶଳ ଅବଲମ୍ବନ କରନ୍ତି। କିନ୍ତୁ ସେମାନେ ଏଭଳି ଗିରଫଦାରୀ ପାଇଁ ପସ୍ତାଇବେ ବୋଲି ଅଖିଳେଶ କହିଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଦାରିଦ୍ର୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ଓ ବେକାରୀ ନିୟନ୍ତ୍ରଣ କରିବା ବଦଳରେ ବିରୋଧୀ ଦଳମାନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।

ରାଲିରେ କଂଗ୍ରେସ-ଆର୍‌ଜେଡି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ
ରାଞ୍ଚିରେ ଆଜି ଇଣ୍ଡି ମେଣ୍ଟର ‘ଉଲଗୁଲାନ ରାଲି’ରେ ଆର୍‌ଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଶତାଧିକ କର୍ମୀ ପରସ୍ପର ଉପରେ ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀ ରାଲି ସ୍ଥଳରେ ଚେୟାର ଫିଙ୍ଗିବା ସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଏଥିରେ ଉଭୟ ପଟର ଅନେକ ସମର୍ଥକ ଆହତ ହୋଇଥିବା ବେଳେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯେତେବେଳେ ମେଣ୍ଟର ନେତାମାନେ ଉଦ୍‌ବୋଧନ ଦେଉଥିଲେ, ସେତେବେଳେ କୌଣସି କଥାକୁ ନେଇ ଆର୍‌ଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ଏବଂ ପରେ ଏହା ସଂଘର୍ଷର ରୂପ ନେଇଥିଲା। ରାଲିରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଅନେକ ଲୋକ ସଭାସ୍ଥଳ ଛାଡ଼ି ପଳାଇଯାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button