ରାଜନୀତି

ଇଭିଏମ୍ ତ୍ରୁଟି: ତ୍ୱରିତ ସମାଧାନ ନେଇ ବଡ଼ ସୂଚନା ଦେଲେ ସିଇଓ

ଓଡ଼ିଶାରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଜିର ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ସିଇଓ ସୂଚନା ଦେଇଛନ୍ତି।

ଯେଉଁଠି ଇଭିଏମ୍ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ। ମକ୍‌ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି। ବିଶେଷକରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି। ଭୋଟର ଭୋଟ ଦେବାକୁ ଲମ୍ବା ଲାଇନରେ ଅଛନ୍ତି। ୨୦୧୯ରେ ୨୩ଟା ବୁଥ୍‌ ଲୋକେ ବିଏସଏଫ କ୍ୟାମ୍ପ୍‌ରେ ଭୋଟ ଦେଇଥିଲେ। ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍‌ ଦେଉଛନ୍ତି। ଗତ ଥର ୧୦ଟି ବୁଥ୍‌ରେ କେହି ଭୋଟ ଦେଇ ନ ଥିଲେ। ମାତ୍ର ଏଥର ସେହି ୧୦ ବୁଥ୍‌ରେ ମତଦାନ ଚାଲିଛି ବୋଲି ସିଇଓ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button