ରାଜନୀତି

ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଜେଡି (ଏସ) – Kalinga News

[ad_1]

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି(ଏସ୍‌)ର ପ୍ରିତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ଜେଡି (ଏସ) ନିଷ୍ପତ୍ତି ନେଇଛି ବୋଲି ଦଳର ମୁଖପାତ୍ର ଏଚ୍ ଡି କୁମାରସ୍ୱାମୀ ସୋମବାର କହିଛନ୍ତି।

ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନା ଏକ ବଡ଼ ଧରଣର ‌ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି। ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ବଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ତୀବ୍ର ସମାଲୋଚନାର ଶିକାର ହେବାପରେ ଉଭୟ ଦଳ ପ୍ରଜ୍ବଳ କେଳେଙ୍କାରୀରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

ଏଚ୍‌ଡି ରେବନ୍ନା ଏବଂ ପୁଅ ପ୍ରଜ୍ବଳଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଆଜି ଆଉ ଏକ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି। ପ୍ରଜ୍ବଳଙ୍କ ପାଖରେ ଥିବା ଏକ ପେନ୍‌ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଛି। ମହିଳାଙ୍କୁ ବ୍ଲାକମେଲ୍ କରିବା ପାଇଁ ରେବନ୍ନା ଏହାକୁ ବ୍ୟବହାର କରିଥିବା କୁହାଯାଉଛି। ଏହାର ଫୁଟେଜ୍ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଦେବରାଜେ ଗୌଡ଼ା ନାମକ ଜଣେ ବିଜେପି ନେତା କହିଛନ୍ତି ଯେ ପ୍ରଜ୍ୱଳ ରେବନ୍ନାଙ୍କ ସମେତ ଦେବେଗୌଡା ପରିବାରର ଅନେକ ନେତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି। ପେନ୍‌ଡ୍ରାଇଭ୍‌ରେ ମୋଟ ୨,୯୭୬ଟି ଭିଡିଓ ଥିଲା। ଫୁଟେଜରେ କିଛି ମହିଳା ସରକାରୀ ଅଧିକାରୀ ମଧ୍ୟ ଅଛନ୍ତି। ସେମାନଙ୍କୁ ବ୍ଲାକ୍‌ମେଲ୍‌ କରି ଯୌନକାର୍ଯ୍ୟରେ ଲିପ୍ତ କରିବା ପାଇଁ ଏହି ଭିଡିଓଗୁଡ଼ିକୁ ବ୍ୟବହାର କରାଯାଉଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button