ରାଜନୀତି

ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଯାଇଛି: ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ଗଣତନ୍ତ୍ରର ମହାପର୍ବ। ଏହାରି ମଧ୍ୟରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସମ୍ମିଳନୀରେ ବିଜେପିର ହେଭିଓ୍ବେଟ୍‌ ନେତା ଉପସ୍ଥିତ ରହିଛନ୍ତି।

ଏହି କ୍ରମରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ବର୍ଷିଲେ। ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ପୁରୀ ପ୍ରକଳ୍ପକୁ ବିରୋଧ କରୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରୁଛି। ବିକାଶକୁ ନୁହେଁ ବିକାଶର ତରିକାକୁ ବିରୋଧ କରାଯାଇଥିଲା। ଏହାପରେ ରାଜ୍ୟ ସରକାର ବ୍ୟାକଫୁଟ୍‌କୁ ଚାଲିଯାଇଥିଲେ।

ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟସରକାର ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ କରିଥିଲେ। ଦକ୍ଷିଣ ଭାରତର ଏକ ସଂସ୍ଥାକୁ ଡିପିଆର ପ୍ରସ୍ତୁତି ପାଇଁ ଦିଆଯାଇଥିଲା। ଦକ୍ଷିଣ ଭାରତର ଆର୍କିଟେକଚରାଲ ସଂସ୍ଥା ଭୂମିପୁତ୍ର। ଅଭିଜ୍ଞତା ନଥାଇ କିଭଳି ଭୂମିପୁତ୍ରକୁ ଦିଆଗଲା। ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ। ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦିଆଯାଇ ପ୍ରକଳ୍ପ କରାଯାଇଛି। ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button