ରାଜନୀତି

ବିଜେପି ପାଇଁ ଅଲୋଡ଼ା ହେଲେ ବିଶ୍ବେଶ୍ବର, ବୁଢ଼ାନ – Kalinga News

[ad_1]

ବାରିପଦା: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ବେଶ୍ବର ଟୁଡ଼ୁ ଓ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁଙ୍କୁ ଏଥର ଭରସା କରିନି ବିଜେପି। ପୂର୍ବରୁ ଲୋକସଭା ଓ ୫ ବିଧାନସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାକି ୪ ଆସନ‌ ଉପରେ ଉଭୟଙ୍କର ନଜର ଥିଲା। ହେଲେ ଆଜି ଘୋଷଣା ହୋଇଥିବା ଶେଷ ତାଲିକାରେ ବି ଦୁହିଁଙ୍କର ନାଁ ନାହିଁ। ଫଳରେ ଉଭୟ ନେତାଙ୍କର ଏଥର ବିଜେପିରୁ ନିର୍ବାଚନ ଲଢ଼ିବା ଆଶା ମଉଳିଯାଇଛି। ୨୦୧୯ରେ ମାଲକାନଗିରି ଜିଲ୍ଲା ବାଲିମେଳା ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ଶ୍ରୀ ଟୁଡ଼ୁ ଇଞ୍ଜିନିୟର ଚାକିରି ଛାଡ଼ି ପ୍ରଥମେ ସାଂସଦ ଓ ପ‌ରେ କେନ୍ଦ୍ରରେ ଆଦିବାସୀ ଉନ୍ନୟନ ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ। ତେବେ ବିବାଦୀୟ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶ୍ରୀ ଟୁଡୁ ୨୦୨୨ରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଜ ଅଫିସ୍‌କୁ ଡାକି ମାଡ଼ ମାରିବାପରେ ତାଙ୍କୁ ନେଇ ବିବାଦ ଆହୁରି ବଢ଼ିଥିଲା। ସମ୍ଭବତଃ ଏସବୁ କ‌ାରଣରୁ ବିଶ୍ବେଶ୍ବରଙ୍କୁ ହୁଏତ ଏଥର ଭରସା କରିପାରିନି ଦଳ। ତାଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ଲୋକସଭା ଟିକେଟ୍‌ ମିଳିଛି। ତେବେ, ବିଶ୍ବେଶ୍ବର ବିଜେପିର ଜଣାଶୁଣା ଚେହେରା ହୋଇଥିବାରୁ ତାଙ୍କୁ କୌଣସି ବିଧାନସଭା ଆସନରେ ଥଇଥାନ କରାଯିବ ବୋଲି ଆଶା କରାଯାଉଥିଲା। ସେ ଆଶାର ସମ୍ଭାବନା ମଧ୍ୟ ଆଉ ନାହିଁ।

ସେହିପରି, ଡାକ୍ତର ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ଡା.ବୁଢ଼ାନ ମୁର୍ମୁ। ପ୍ରଥମ ପ୍ରୟାସରେ ସାରସକଣା ଆସନରୁ ବିଧାୟକ ହେବାସହ ଏଥର ଟିକେଟ୍‌ ଦୌଡ଼ରେ ଆଗରେ ରହିଥିଲେ। ହେଲେ, ନିକଟରେ ବିଜେଡିର ପୂର୍ବତନ ବିଧାୟକ ଭାଦବ ହାଁସଦା ବିଜେପିରେ ଯୋଗ ଦେବାପରେ ବାଜି ଓଲଟି ଯାଇଥିଲା। ଭାଦବଙ୍କୁ ୨୦୧୯ରେ ବିଜେଡି ଟିକେଟ୍‌ ଦେଇନଥିବାରୁ ସେ ସୁଯୋଗ ଅପେକ୍ଷାରେ ଥିଲେ। ବିଜେପି ଏଥର ତାଙ୍କୁ ସାରସକଣା ଟିକେଟ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ସେ କୁଆଡ଼େ ଦଳ ପରିବର୍ତ୍ତନ ପାଇଁ ରାଜି ହୋଇଥିଲେ। ଶେଷରେ ଏହାକୁ ନେଇ ବୁଢ଼ାନ ଓ ଭାଦବଙ୍କ ମଧ୍ୟରେ ଗତ କିଛିଦିନ ଧରି ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ଭାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button