ନିୟମଗିରିର ନିୟମରେ ବନ୍ଧା ଡଙ୍ଗରିଆ: କେବଳ ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କୁ ମନେରଖିଛନ୍ତି – Kalinga News

[ad_1]
ସରକାରୀ ଯୋଜନା ପାଉଛନ୍ତି, କିଏ ଦେଉଛି ଜାଣିନାହାନ୍ତି
ନିୟମଗିରି ପାହାଡ଼ରୁ କେଶବ ପାଣିଙ୍କ ରିପୋର୍ଟ

Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ ନିଆରା। ସେମାନେ ସ୍ବତନ୍ତ୍ର। ନା ଅଛି ସହରୀ ଚାକଚକ୍ୟ। ନା ଗାଡ଼ି ମଟରର ଘୁଁ ଘାଁ ଶବ୍ଦ। ଜଙ୍ଗଲ ହେଉଛି ସେମାନଙ୍କ ମା’। ପାହାଡ଼ରେ ଅଛି ସେମାନଙ୍କ ଜୀବନ। ଖାଦ୍ୟ, ପାନୀୟଠାରୁ ଆରମ୍ଭ କରି ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଛି ଜଙ୍ଗଲ। ସେମାନଙ୍କ ମନରେ ଛନ୍ଦ କପଟ କିଛି ନାହିଁ। ବାହାର ଲୋକ ଦେଖିଲେ ନିଜ ଭାଷାରେ ଗାଳି ଦିଅନ୍ତି। ଦାରିଦ୍ର୍ୟର କଷାଘାତ ମଧ୍ୟରେ ଜୀବନ ଅତିବାହିତ କରୁଥିଲେ ହେଁ କାହାକୁ ମୁହଁ ଖୋଲି କିଛି କହିପାରନ୍ତି ନାହିଁ। ନିଜର କ୍ଷୋଭ, କ୍ରୋଧ ଛାତି ଭିତରେ ଚାପି ରଖି ସବୁବେଳେ ହସୁଥା’ନ୍ତି। ଅନ୍ୟମାନଙ୍କୁ ମଧ୍ୟ ହସାନ୍ତି। ଆଜି ବି ସେମାନଙ୍କୁ ମନେ ଅଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଭାଷଣ। ନାଁ କହୁ କହୁ ପାଞ୍ଚ ଦଶକ ତଳର କଥା ବର୍ଣ୍ଣନା କରିଦିଅନ୍ତି। ଏହାପରେ କେତେ ପ୍ରଧାନମନ୍ତ୍ରୀ ଆସି ଗଲେଣି। ମାତ୍ର ସେମାନଙ୍କୁ ଆଉ କାହା କଥା ମନେ ନାହିଁ। ଏବେକାର ପ୍ରଧାନମନ୍ତ୍ରୀଙ୍କ ନାଁ କହିଲେ ସିଏ କିଏ ବୋଲି ପ୍ରଶ୍ନ କରନ୍ତି। ହଁ। ଆମେ କହୁଛୁ ସେହି ଆଦିମ ଜନଜାତିଙ୍କ କଥା। ଯେଉଁମାନେ କାହିଁ କେଉଁ କାଳରୁ ନିୟମଗିରିର ନିୟମରେ ବାନ୍ଧି ହୋଇ ଜୀବନ ଅତିବାହିତ କରୁଛନ୍ତି। ପାହାଡ଼କୁ ନିଜର କରି ବଞ୍ଚୁଥିବା ଡଙ୍ଗରିଆ କନ୍ଧ ଆଜି ନିଜର ମତାଧିକାର ସାବ୍ୟସ୍ତ କରିବେ। ଭୋଟ ଦେଇ ନିଜର ନେତା ବାଛିବେ। ମାତ୍ର ସେମାନଙ୍କୁ ଜଣାନାହିଁ କିଏ ବିକାଶ କରୁଛି। କିଏ ଚାଉଳ ଦେଉଛି। କିଏ ଘର ଯୋଗାଉଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହୋଇଛି। ସେମାନେ କେବଳ ଗୋଟିଏ କଥା ଜାଣନ୍ତି ତାଙ୍କ ସଂସ୍କୃତି, ପରମ୍ପରା ବଡ଼। ନିୟମକୁ ଛାଡ଼ି ରହିବେ ନାହିଁ। ଗାଁ ନେତା ଯାହାକୁ କହିବେ ତାଙ୍କୁ ଭୋଟ ଦେବେ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଶୀର୍ଷରେ ରହୁଥିବା କୁର୍ଲି ପଞ୍ଚାୟତର ଡଙ୍ଗରିଆ କନ୍ଧଙ୍କ ଏଭଳି ଜୀବନଯାପନ ରାଜନୈତିକ ହୋହାଲ୍ଲାର ଭିନ୍ନ ଚିତ୍ରକୁ ବୟାନ କରୁଛି।
ସରକାରୀ ଯୋଜନା ପାଉଛନ୍ତି, କିଏ ଦେଉଛି ଜାଣିନାହାନ୍ତି
ନିଜେ ବାଛି ଜାଣିନାହାନ୍ତି ନିଜର ନେତା
ଦାରିଦ୍ର୍ୟର କଷାଘାତ ମଧ୍ୟରେ ମୁହଁରେ ହସ
ଗୋଟିଏ ପଟେ ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ଅନ୍ୟପଟେ ଜୀବନଜୀବିକାକୁ ନେଇ ଏହି ଜନଜାତିର ଲୋକେ ବ୍ୟସ୍ତ। ନିର୍ବାଚନରେ କିଏ ଛିଡ଼ା ହୋଇଛି? କାହାକୁ ଭୋଟ ଦେଲେ କିଏ ବିକାଶ କରିବ? କେଉଁ ଦଳ ଟଙ୍କା ଦେଇ ଭୋଟ କିଣିବ ? ସେବିଷୟରେ ଏମାନଙ୍କର କିଛି ଧାରଣା ନାହିଁ। ପାହାଡ଼ରେ ନିର୍ବାଚନୀ ପ୍ରଚାର ହିଁ ନାହିଁ। କେବଳ ଯାହା ଗୋଟିଏ ଦୁଇଟି ଦଳର ପତାକା, ବ୍ୟାନର ଝୁଲୁଛି। ଆଦୌ ଉଷ୍ମତା ନାହିଁ। ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ। ଡଙ୍ଗରିଆ କନ୍ଧ ଜନଜାତିର ପୁରୁଷଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଷ କାର୍ଯ୍ୟରେ ପାରଙ୍ଗମ। ପୂର୍ବରୁ ମାଣ୍ଡିଆ, କାନ୍ଦୁଲ, ଖୋସଲା, କଟିଙ୍ଗ, ଝୁଡୁଙ୍ଗ ଚାଷ କରୁଥିବା ବେଳେ ଏବେ ସପୁରୀ, ପଣସ, ଆମ୍ବ, କଦଳୀ ପରି ଉଦ୍ୟାନ ଭିତ୍ତିକ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଏହା କହିଛନ୍ତି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସଶକ୍ତୀକରଣ ଓ ଜୀବିକାର୍ଜନ କାର୍ଯ୍ୟକ୍ରମର କମ୍ୟୁନିଟି ରିସୋର୍ସ ପର୍ସନ ସୂର୍ଯ୍ୟ ନାରାୟଣ ପାଢ଼ୀ।
ରାତି ପାହିଲେ ଭୋଟ ହେବ। କୁର୍ଲି ପଞ୍ଚାୟତର ଖମ୍ବେସୀ ଗାଁର ଡଙ୍ଗରିଆ କନ୍ଧ ରାଣୀ ୱାଡେକା କୁହନ୍ତି, ଆମେ କାହାକୁ ଭୋଟ ଦେବୁ ଜାଣିନୁ। ସରପଞ୍ଚ ଯାହାକୁ କହିବ ଆମେ ଭୋଟ ଦେବୁ। ସବୁ ସୁବିଧା ସୁଯୋଗ ମିଳୁଛି। ଟଙ୍କାକରେ ଚାଉଳ ଦିଆଯାଉଛି। ପ୍ରତି ମାସ ୧୬ ତାରିଖରେ ଭତ୍ତା ଆଣିବାକୁ ଯାଉଛୁ। ଚାଷବାସ କରିବାକୁ ପଇସା ମିଳୁଛି। ଏବେ ଘର କରିବାକୁ ଅର୍ଥ ମିଳିଥିବାରୁ କାମ ଚାଲିଛି। ଆମେ ଗାଁରେ ପହଞ୍ଚିଲା ବେଳକୁ କେତେଜଣ ମହିଳା ମିଳିତ ଭାବେ ସେମାନଙ୍କ ପାରମ୍ପରିକ ଶାଲ୍ ତିଆରି କରୁଥିବା ଦେଖିବାକୁ ପାଇଥିଲୁ। ସେମାନଙ୍କ ପାରମ୍ପରିକ ଭାଷାରେ ତାହାକୁ କପଡାଗଣ୍ଡା ବୋଲି କହିଥାନ୍ତି। ନିୟମଗିରିର ପାହାଡି ମହିଳାମାନେ ଏହି ଶାଲ୍କୁ ନିଜର ପ୍ରେମ ନିବେଦନ ସ୍ୱରୂପ ଓ ସମ୍ମାନ ଆକାରରେ ନିଜର ପ୍ରିୟ ମଣିଷକୁ ଉପହାର ଦେଇଥାନ୍ତି। ସବୁଜ ରଙ୍ଗ ଜୈବବିବିଧତାର ସ୍ୱରୂପ, ହଳଦିଆ ରଙ୍ଗକୁ ଶାନ୍ତି, ନାଲି ରଙ୍ଗ ସେମାନଙ୍କର ଧର୍ମୀୟ ଭାବନାକୁ ଓ ନାରଙ୍ଗୀ(କମଳା) ରଙ୍ଗ ଧରଣୀପେନୁର ଉପସ୍ଥିତିକୁ ପ୍ରତିପାଦିତ କରିଥାଏ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଏହି ସ୍ୱତନ୍ତ୍ର ଶାଲ୍ ଡଙ୍ଗରିଆ କନ୍ଧ ଜନଜାତିର ମହିଳାଙ୍କ ଭାବାବେଗ ସହ ଜଡ଼ିତ। କେବଳ ଶାଲ ନୁହେଁ, ପ୍ରତିଟି କ୍ଷେତ୍ରରେ ସେମାନେ ନିଆରା ଓ ସ୍ୱତନ୍ତ୍ର।
[ad_2]