ରାଜ୍ୟ

ପୂର୍ବରୁ କେବେ ବି ଖାଇନଥିବେ ସିମଲା ଲଙ୍କାର ହାଲୱା, ଆଜି ହିଁ ଘରେ ବନାଇ ଏହାର ମଜା ନିଅନ୍ତୁ

ହାଲୱା ତ ସମସ୍ତେ ଖାଇଥିବେ, କେବଳ ଗୋଟିଏ ନୁହେଁ ଆପଣ ଅନେକ ପ୍ରକାରର ହାଲୱା ଖାଇଥିବେ କିନ୍ତୁ କେବେ ଆପଣ ଲଙ୍କାର ହାଲୱା ଖାଇଛନ୍ତି କି ? ଶୁଣିବାକୁ ଟିକିଏ ଅଜବ ଲାଗୁଥିବା ନିଶ୍ଚୟ କିନ୍ତୁ ଥରେ ଏହାକୁ ବନାଇ ଖାଇବା ପରେ ଆପଣ ବୋଧହୁଏ ଅନ୍ୟ କୌଣସି ହାଲୱା ଖାଇବାକୁ ଇଛା କରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପ୍ରସ୍ତୁତ ହୁଏ ସିମଲା ଲଙ୍କାର ହାଲୱା ।

ଆବଶ୍ୟକୀୟ ସାମଗ୍ରୀ

 

ଦୁଇଟି ସିମଲା ଲଙ୍କା, ଦୁଇ ଚାମଚ ଘିଅ, ଦୁଇକପ କ୍ଷୀର, ୪-୫ଟି ଅଳେଇଚ, ଅଳ୍ପ କିସମିସ, ଅଳ୍ପ ବାଦାମ ଓ ସ୍ୱାଦ ଅନୂସାରେ ଚିନି ।

ପ୍ରସ୍ତୁତି ପ୍ରଣାଳୀ

 

ସିମଲା ଲଙ୍କାର ହାଲୱା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏହାକୁ ଭଲଭାବେ ଧୋଇ କାଟିଦିଅନ୍ତୁ ଏବଂ ତାମଧ୍ୟରୁ ମଞ୍ଜି ଗୁଡିକ ଭଲଭାବରେ ବାହାର କରିଦିଅନ୍ତୁ । ଆଉ ତାପରେ ପୁଣିଥରେ ଏହାକୁ ଭଲଭାବେ ଧୋଇଦିଅନ୍ତୁ କାରଣ ଏହା ଯେତେ ଭଲଭାବେ ଧୁଆହେବ ସେତେ ଏହାର କଡାପଣ ଦୂରହେବ । ଏହାପରେ ଏକ ପ୍ୟାନରେ ଦେଶୀ ଘିଅ ଗରମ କରି ସେଥିରେ କାଟି ରଖିଥିବା ସିମଲା ଲଙ୍କା ପକାଇ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ତାପରେ ସେଥିରେ ଚିନି ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ତାପରେ ସେଥିରେ କ୍ଷୀର ପକାଇ ଗୋଳାନ୍ତୁ । ଏହାକୁ ସେପର୍ଯ୍ୟନ୍ତ ଗ୍ୟାସରେ ବସାଇ ରଖନ୍ତୁ ଯେପର୍ଯ୍ୟନ୍ତ ଏହା ସମ୍ପୂର୍ଣ ଶୁଖି ନଯାଇଛି । କ୍ଷୀର ସମ୍ପୂର୍ଣ ମରିଗଲା ପରେ ଓ ସେଥିରେ ସମ୍ପୂର୍ଣ୍ଣ ଭାବେ ମିଶିଗଲା ପରେ ଅଳେଇଚ ଏବଂ ବାଦାମ ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସିମଲା ଲଙ୍କାର ହାଲୱା, ଏବେ ଗରମ ଗରମ ବାହାର କରି ସର୍ଭ କରନ୍ତୁ ସିମଲା ଲଙ୍କା ହାଲୱା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button