ମନୋରଞ୍ଜନ

ଘରେ ବନାନ୍ତୁ ସ୍ୱାଦିଷ୍ଟ ମିଷ୍ଠାନ୍ନ, ଆଜି ବନାଇ ଖୁଆନ୍ତୁ ‘ସାହି ଟୁକଡା’

ଘରକୁ ଯେତେବେଳେ ଅତିଥି ଆସନ୍ତି ଲୋକମାନେ ବଜାରରୁ ବିଭିନ୍ନ ପ୍ରକାର ମିଠା କିଣି ଅତିଥି ସେବା କରନ୍ତି କିନ୍ତୁ ବଜାର ପରିବର୍ତ୍ତେ ଯଦି ଘରେ କିଛି ମିଠା ଆଇଟମ୍‌ ବନାଇ ଅତିଥିଙ୍କୁ ଖୁଆନ୍ତି ତେବେ ଆପଣ ତାଙ୍କର ପ୍ରିୟ ପାତ୍ର ମଧ୍ୟ ହୋଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୂୁ ଜଣାଇବୁ ‘ସାହି ଟୁକଡା’ ରେସିପି। ଯାହା ସ୍ୱାଦରେ ପୂରା ଜବରଦସ୍ତ।

ଆବଶ୍ୟକୀୟ ସାମଗ୍ରୀ

୫-୬ଟି ବ୍ରେଡ୍‌ ସ୍ଲାଇସ୍‌

୧/୨ ଲିଟର କ୍ଷୀର (ରାବିଡି ପାଇଁ)

୧/୪ କପ୍‌ ଚିନି (ରାବିଡି ପାଇଁ)

କାଜୁ- ୫-୬ (ଛୋଟ କଟା ହୋଇଥିବା)

ବାଦାମ – ୫-୬ (ଛୋଟ କଟା ହୋଇଥିବା)

ଅଳେଇଚ ପାଉଡର- ୧/୪ ଛୋଟ ଚାମଚ

ଦେଶୀ ଘିଅ ଛାଣିବା ପାଇଁ

୩/୪ କପ୍‌ ଚିନିି (ସିରା ପାଇଁ)

Shahi Tukdaପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ କ୍ଷୀର ଫୁଟାଇବା ପାଇଁ ରଖନ୍ତୁ। କ୍ଷୀର ଫୁଟିବା ପରେ ଆଞ୍ଚ ଧୀମା କରିଦିଅନ୍ତୁ ଏବଂ କ୍ଷୀର ଗାଢ଼ା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ। ମଝିରେ ମଝିରେ କ୍ଷୀରକୁ ଚଲାନ୍ତୁ।

କ୍ଷୀର ଗାଢ଼ା ହେବା ପରେ ସେଥିରେ ଚିନି, କଟା କାଜୁ, ବାଦାମ ଏବଂ ଅଳେଇଚ ପାଉଡର ପକାଇ ଅଳ୍ପ ସୟମ ପଯ୍ୟର୍ନ୍ତ ଫୁଟାନ୍ତୁ। ଏବେ ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡନ୍ତୁ।

ଏକ ପାତ୍ରରେ ଚିନି ଏବଂ ୧/୨ କପ୍‌ ପାଣି ପକାଇ ଗ୍ୟାସରେ ଫୁଟାନ୍ତୁ। ୫-୭ ମିନିଟରେ ସିରା ପ୍ରସ୍ତୁତ ହୋଇଯିବ।

ବ୍ରେଡର ଚାରିପାଖକୁ କାଟି ଅଲଗା କରିଦିଅନ୍ତୁ। ଏହାପରେ ବ୍ରେଡ୍‌ ସ୍ଲାଇସକୁ ମନଇଚ୍ଛା ଆକାର ଦେଇ କାଟି ଦିଅନ୍ତୁ। ଗୋଟିଏ ବ୍ରେଡକୁ ଚାରି ଭାଗ କରିଦିଅନ୍ତୁ।

ଏକ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ ସେଥିରେ ବ୍ରେଡର ଖଣ୍ଡକୁ ପକାଇ ଦୁଇ ପଟ ଭଲଭାବେ ସେକି ଦିଅନ୍ତୁ।

ସମସ୍ତ ବ୍ରେଡକୁ ଏହପରିଭାବେ ସେକି ଦିଅନ୍ତୁ।

ଏବେ ବ୍ରେଡକୁ ସିରାରେ ବୁଡାଇ ତୁରନ୍ତ ବାହାର କରିଦିଅନ୍ତୁ।

ଏହାପରେ ଏହାକୁ ସର୍ଭିଂ ପ୍ଲେଟକୁ ବାହାର କରି ଏହା ଉପରେ ରାବିଡି ପକାନ୍ତୁ।

ଏହା ପରେ ଏହା ଉପରେ କଟା ହୋଇଥିବା ଖୁଆକୁ ପକାଇ ସଜାଇ ଦିଅନ୍ତୁ।

ଏବେ ଆପଣଙ୍କର ସାହି ଟୁକଡା ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button