ମନୋରଞ୍ଜନ

ଘରେ ପ୍ରସ୍ତୁତ କରନ୍ତୁ ‘ପନୀର ମସଲା ଦୋସା’, ସ୍ୱାଦ ପୂରା ଅଲଗା

ଦକ୍ଷିଣ ଭାରତର ପ୍ରସିଦ୍ଧ ବ୍ୟଞ୍ଜନ ଦୋସାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଏହା ସ୍ୱାଦରେ ଏକଦମ୍‌ ଜବରଦସ୍ତ ହୋଇଥାଏ। ଦୋସା ବିଭିନ୍ନ ପ୍ରକାରର ଥାଏ, ଯାହାର ସ୍ୱାଦ ଅନେକ ଅନେକ ପ୍ରକାରର ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ‘ପନୀର ମସଲା ଦୋସା’ ରେସିପି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ସବୁ ସାମଗ୍ରୀ ଦରକାର ଏବଂ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

-୧କପ୍‌ ଚାଉଳ

-୧କପ୍‌ ଭିଜାଇ ରଖିଥିବା ଚାଉଳ

-୧ କପ ଛୋଟ କଟା ହୋଇଥିବା ପନୀର

-୧ ଟେବୁଲ ଚାମଚ କଟା ଧନିଆ ପତ୍ର

-ରୋଷ୍ଟ ପାଇଁ ତେଲ

-ସ୍ୱାଦାନୁସାରେ ଲୁଣ

dosaପ୍ରସ୍ତୁତି ପ୍ରଣାଳୀ

-ଚାଉଳକୁ ଦୁଇ ଘଣ୍ଟା ପଯ୍ୟର୍ନ୍ତ ଭିଜାଇ ରଖିଦିଅନ୍ତୁ।

-ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରନ୍ତୁ।

-ଏଥିରେ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।

-ଏହାପରେ ଏଥିରେ ପନୀର, କଞ୍ଚା ଲଙ୍କା, ଧନିଆ ପତ୍ର ମିଶାଇ ମିକ୍ସ କରନ୍ତୁ।

-ଏବେ ଏକ ପତଲା ତାଓ୍ଵାରେ ଏକ ବଡ ଚାମଚରେ ମିଶ୍ରଣକୁ ପକାଇ ଗୋଲ କରି ବୁଲାଇ ଦିଅନ୍ତୁ।

-ଏବେ ଦୋସାର ଚାରିପାଖରେ ସାମାନ୍ୟ ତେଲ ପକାନ୍ତୁ।

-ଏହା ଭଲଭାବେ ହୋଇଗଲା ପରେ ନଡିଆ ଚଟଣୀ କିମ୍ବା ସମ୍ଭର ସହିତ ଗରମା ଗରମା ଟେଷ୍ଟ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button