ରାଜନୀତି

ବାଧକ ସାଜୁଛି ମୁଣ୍ଡଫଟା ତାତି, ଦିନ ନୁହେଁ ରାତିରେ ଜମୁଛି ପ୍ରଚାର – Kalinga News

[ad_1]

ରାଉରକେଲା: ସହରରେ ଦିନକୁ ଦିନ ଅସହ୍ୟ ହେଉଛି ମୁଣ୍ଡପଠା ତାତି। ଦିନ ୧୦ଟା ପରେ ବାହାରକୁ ଗୋଡ଼ କାଢ଼ିବା ମୁସ୍କିଲ। ଡହ ଡହ ଖରା ଏବେ ନିର୍ବାଚନ ପ୍ରଚାରରେ ବାଧକ ସାଜିଛି। ତେଣୁ ଦିନ ଅପେକ୍ଷା ରାତିରେ ନିର୍ବାଚନ ପ୍ରଚାର ବେଶ୍‌ ଜମୁଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ନିଜର ଶତାଧିକ ସମର୍ଥକମାନଙ୍କୁ ଧରି କଲୋନିରୁ ବସ୍ତି ବୁଲି ବୁଲି ପ୍ରଚାର କରୁଛନ୍ତି। ବିଜେପିର ଦିଲୀପ ରାୟ ଅନ୍ୟ ପ୍ରାର୍ଥୀଙ୍କ ପରି ସମାନ୍ତରାଳ ନିର୍ବାଚନୀ ସଭା କରୁଛନ୍ତି। ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡ଼ି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମ ଓ ସହରର ବିକାଶକୁ ନେଇ ଭୋଟରଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି ବିଜେଡ଼ିକୁ ଅଧିକରୁ ଅଧିକ ଭୋଟ ଦେବାକୁ ବୁଝାଉଛନ୍ତି। କିଛି ସ୍ଥାନରେ ଆୟାଜିତ ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଛାଡି ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହେଉଛନ୍ତି। ବିଧାୟକ ପ୍ରାର୍ଥୀ ସାରଦା ଓ ଦଳର ଅନ୍ୟ ବରିଷ୍ଠ ନେତା ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳର ଉତ୍ତରୀୟ ଦେଇ ସ୍ବାଗତ କରୁଛନ୍ତି। ସଂଧ୍ୟାରୁ ଆରମ୍ଭ ହେଉଥିବା ପ୍ରଚାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି। ପ୍ରତି ନିର୍ବାଚନରେ ବସ୍ତିଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ଏଣୁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ରାତିରେ ବସ୍ତିରେ ଅଧିକରୁ ଅଧିକ ନିର୍ବାଚନୀ ସଭା କରୁଛନ୍ତି।

ପଛରେ ପଡ଼ିନାହାନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ। ତାଙ୍କୁ ଟିକେଟ୍‌ ମିଳିବା ପରେ ଦଳର କିଛି ନେତା ଓ କର୍ମୀ ଦୂରେଇ ଯାଇଛନ୍ତି। ହେଲେ ଶ୍ରୀ ପଟ୍ଟନାୟକ ଦଳର ଶତାଧିକ ନେତା ଓ କର୍ମୀମାନଙ୍କୁ ଧରି ପ୍ରଚାରକୁ ଜୋରଦାର କରିଛନ୍ତି। ସମର୍ଥକମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟ ଭିକ୍ଷା କରୁଛନ୍ତି। ଆସନ୍ତା ୨୯ରୁ ତିନି ପ୍ରମୁଖ ଦଳ ନିଜର ହଜାର ହଜାର ସମର୍ଥକମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button