ପୂରଣ ନୋହିଲା ଦାବି: ମତଦାନରୁ ଦୂରେଇଲେ ଡଙ୍ଗରିଆ କନ୍ଧ – Kalinga News

[ad_1]
କଲ୍ୟାଣସିଂହପୁର: ଡଙ୍ଗରିଆଙ୍କ ବିକାଶ ନାଁରେ ଶହେ କୋଟିରୁ ଅଧିକ ଟଙ୍କା ଅଧିକାରୀ ଚଳୁ କରୁଛନ୍ତି। ନ୍ୟାଯ୍ୟ ହକ୍ ପାଇଁ ଆନ୍ଦୋଳନ କଲେ ମିଥ୍ୟା ମକଦ୍ଦମା କରାଯାଉଛି। ତେଣୁ ଅଞ୍ଚଳର ବିକାଶ ସହ ମାମଲା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ। ଆସନ୍ତାକାଲି ହେଉଥିବା ମତଦାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକକା ଆଜି ଏହି ସୂଚନା ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଖଣି, ପାଣି, ଜମି ଓ ଜଙ୍ଗଲ ପାଇଁ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଆ କନ୍ଧ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ଜେଲ୍ରେ ଭର୍ତ୍ତି କରାଯାଉଛି। ସିଜିମାଳି, ଖଣ୍ଡୁଆଳମାଳି, ଦେବମାଳି, ନିୟମଗିରି ଅଞ୍ଚଳରେ କାର୍ଯ୍ୟ କରୁଥିବା ସଂଗ୍ରାମୀଙ୍କ ସହ ଆଲୋଚନା କରିବା ପରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଲଦ ପ୍ରକାଶ କରିଛନ୍ତି। ନିୟମଗିରି, ପାର୍ଶାଲି, ସୁନାଖଣ୍ଡି ପଞ୍ଚାୟତରେ ରହୁଥିବା ଡଙ୍ଗରିଆଙ୍କ ପାଇଁ ୩୮ବର୍ଷ ଧରି ଡିକେଡିଏ, ଓପିଲିପି, ଆଇଫାର୍ଡ, ନାବାର୍ଡ ଭଳି ସଂସ୍ଥା ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ଆଜିଯାଏ ବିକାଶ ନିମନ୍ତେ ସଂପୂର୍ଣ୍ଣ ପ୍ରୟାସ ହୋଇନଥିବା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହି ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ୧୪ବର୍ଷ ତଳେ ଡେଙ୍ଗଲେଲିରେ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ସ୍ଥାନ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାମ ଆରମ୍ଭ ହୋଇନାହିଁ।
ଲାଖପଦରରେ ଅଙ୍ଗନବାଡି କେନ୍ଦ୍ର ନଥିବା କାରଣରୁ ଶିଶୁ, ଯୁବତୀ ଏବଂ ମହିଳା ପୁଷ୍ଟିହୀନତାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଜଳସେଚନ ସୁବିଧା ନାହିଁ, ଉଦ୍ୟାନକୃଷି ନିମନ୍ତେ ସୁବିଧା ମିଳୁନି କିମ୍ବା ତାଲିମ ଦିଆଯାଉନି। ଯାହାଫଳରେ ଜଙ୍ଗଲି ଶାଗ ଓ ଶୁଖୁଆ ଛାଡିଦେଲେ ଅନ୍ୟ କୌଣସି ପରିବା ଡଙ୍ଗରିଆଙ୍କ ପାଟିରେ ବାଜି ନାହିଁ। ଲାଖପଦର ଗାଁରେ ବିଦ୍ୟାଳୟ ସ୍ଥାପନ ଦାବିକୁ ଅଣଦେଖା କରାଯାଇଛି। ୨୦୧୭ ମସିହାରେ ଗାଁ ଉପର ମୁଣ୍ଡରେ ଝରଣା ପାଣିକୁ ପାଇପ ଯୋଗେ ତଳକୁ ଆଣିବା ବ୍ୟବସ୍ଥା ହୋଇଥିଲା। ବର୍ତ୍ତମାନ ପାଇପ ଗୁଡ଼ିକ ଫାଟି ଯାଇଛି, ଅଥଚ ମରାମତି ପାଇଁ ଗୁରୁତ୍ବ ଦିଆଯାଉନି। ଦୁଇଟି ପାଣି ଟାଙ୍କି ରହିଥିଲେ ସୁଦ୍ଧା ହାତୀ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି। ଅପରିଷ୍କାର ପାଣି ପିଇବା ପାଇଁ ବାଧ୍ୟ ହେଉଛୁ। ବିଜୁଳି ତ ଆମ ପାଇଁ ସାତ ସପନ। ଜିଲ୍ଲା ପ୍ରଶାସନ ଓ ପୁଲିସର ଦରଦ ନଥିବାରୁ ଆଜି ଡଙ୍ଗରିଆ ମା’, ମାଟି, ଜଙ୍ଗଲ, ପାଣି, ପବନକୁ ବଞ୍ଚାଇବା ନିମନ୍ତେ ସଂଘର୍ଷ ଜାରି ରଖିଛନ୍ତି ବୋଲି ଲଦ ଶିକକା କହିଛନ୍ତି।
[ad_2]