ରାଜନୀତି

ଝାଡ଼ଖଣ୍ଡ: ସରକାର ଗଠନ ପାଇଁ ଚମ୍ପାଇଙ୍କୁ ଆମନ୍ତ୍ରଣ: ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଚମ୍ପାଇ ସୋରେନ – Kalinga News

[ad_1]

୧୦ ଦିନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ, ୨୪ ଘଣ୍ଟା ପରେ ରାଜନୈତିକ ଅନିଶ୍ଚିତତାର ଅବସାନ

ରାଞ୍ଚି: ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ପ୍ରଦାନ କରିବା ପରେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଝାଡ଼ଖଣ୍ଡ‌େରେ ଲାଗି ରହିଥିବା ରାଜ‌େନୖତିକ ଅନିଶ୍ଚିତତାର ଅବସାନ ଘଟିଛି। ସରକାର ଗଠନ ପାଇଁ ଜେଏମ୍‌ଏମ୍ ନେତା ଚମ୍ପାଇ ସୋରେନଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି।

ସୋରେନଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ସତ୍ତ୍ବେ ରାଜ୍ୟପାଳ ତାଙ୍କ ନିଷ୍ପତ୍ତିକୁ ଝୁଲାଇ ରଖିବାରୁ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ଧରି କୌଣସି ସରକାର ନଥିଲା। ମୁଖ୍ୟମନ୍ତ୍ରୀ ହେବା ପାଇଁ ଅପେକ୍ଷାରେ ଥିବା ଚମ୍ପାଇ ସୋରେନ ଆଜି ସନ୍ଧ୍ୟାରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ଏ କଥା ଜଣାଇଥିଲେ। ତାଙ୍କ ସହିତ ଜେଏମ୍‌ଏମ୍‌, କଂଗ୍ରେସ ଓ ଆର୍‌ଜେଡିର ୫ ଜଣ ବିଧାୟକ ରାଜଭବନରେ ଯାଇଥିଲେ। ସେମାନେ ରାଜ୍ୟପାଳଙ୍କୁ ୪୭ ଜଣ ସମର୍ଥକଙ୍କ ତାଲିକା ଧରାଇବା ସହ ତୁରନ୍ତ ସରକାର ଗଠନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ନକରି ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ସୋରେନଙ୍କ ସପକ୍ଷ‌ରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଥିଲେ ମଧ୍ୟ ରାଜ୍ୟପାଳ କ’ଣ ପାଇଁ ତାଙ୍କୁ ସରକାର ଗଠନ ପାଇଁ ଡାକୁ ନାହାନ୍ତି? କାହା ଅପେକ୍ଷାରେ ରହିଛି? ଏହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା।
ରାଜ୍ୟପାଳ ତାଙ୍କର ନିଷ୍ପତ୍ତି ଝୁଲାଇ ରଖିଥିବା ବେଳେ ଅଘଟଣ ଆଶଙ୍କା କରି ମହାମେଣ୍ଟ (ଜେଏମ୍‌ଏମ୍‌, ଆର୍‌ଜେଡି, କଂଗ୍ରେସ) ଏହାର ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଇବାକୁ ଯୋଜନା କରିଥିଲା। ଆସନ୍ତାକାଲି ବିଜେପି ବିଧାୟକ ଦଳ ବୈଠକ ହେବାକୁ ଯାଉଥିବାରୁ ଏଭଳି ଆଶଙ୍କା କରାଯାଉଥିଲା। ପୁଣି ବିଜେପି ନେତା ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପରିସ୍ଥିତିିକୁ ଆହୁରି ‌େଗାଳମାଳିଆ କରିଦେଇଥିଲ। ସେ କହିଥିଲେ ‌ଯେ ଚମ୍ପାଇଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ। ବିଧାୟକ ଦଳ ବୈଠକରେ ସୀତା ସୋରେନ, ରାମଦାସ ସୋରେନ ନ ଥିଲେ। ଏହି ବୈଠକରେ କଂଗ୍ରେସର ଅନେକ ନେତା ମଧ୍ୟ ଉପସ୍ଥିତ ନ ଥିଲେ। ତେଣୁ ଚମ୍ପାଇ ସୋରେନଙ୍କ ଦାବିକୁ ନେଇ ସନ୍ଦେହ ରହିଛି। ତାଙ୍କର ଏହି ବୟାନ ହଟଚମଟ ସୃଷ୍ଟି କରିଥିଲା। ତେବେ ଆଜି ବିଳମ୍ବିତ ରାତିରେ ରାଜଭବନରୁ ଡକରା ପାଇ ଚମ୍ପାଇ ଏବଂ କଂଗ୍ରେସ ବିଧାୟକ ଦଳ ନେତା ଆଲମ ରାଜ୍ୟପାଳଙ୍କୁ ଭେଟିଥିଲେ। ସରକାର ଗଠନ ପାଇଁ ରାଜ୍ୟପାଳ ଚମ୍ପାଇଙ୍କୁ ଆମନ୍ତ୍ରଣ କରିଥିବା ସେମାନେ ରାଜଭବନ ବାହାରେ ସୂଚନା ‌ ଦେଇଥିଲେ। ୧୦ ଦିନ ମଧ୍ୟରେ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗତକାଲି ଇଡି ଦ୍ବାରା ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ସୋରେନ ରାଜ୍ୟପାଳଙ୍କୁ କହିଥିଲେ ଯେ ତାଙ୍କ ପାଖରେ ୪୭ ଜଣ ବିଧାୟକଙ୍କ ସମର୍ଥନ ଅଛି। କିନ୍ତୁ ରାଜଭବନ ଭିତରକୁ ଆସିବା ଲାଗି ସମସ୍ତଙ୍କୁ ଅନୁମତି ନ ମିଳିବାରୁ ଅନ୍ୟମାନେ ବାହାରେ ଅଛନ୍ତି। ୮୧ ଜଣ ବିଧାୟକ ଥିବା ବିଧାନସଭାରେ ତାଙ୍କ ପାଖରେ ଅଧାରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବାରୁ ତାଙ୍କୁ ତୁରନ୍ତ ସରକାର ଗଠନ ପାଇଁ ଅନୁମତି ଦେଇ ଅନିଶ୍ଚିତତା ଦୂର କରାଯାଉ। ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କୁ ହୋଟୱାର ଜେଲରେ ରଖାଯାଇଛି। ସୋରେନଙ୍କ ରିମାଣ୍ଡ ଉପରେ ଶୁକ୍ରବାର କୋର୍ଟ ରାୟ ଶୁଣାଇବେ। ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button