ଶିଶୁର ତଣ୍ଟି ଚିପି ପୋଷାକ ଘୋଷାଡି ମାଡ଼ ମାରୁଛି ମା’: ଭିଡିଓ ଭାଇରାଲ – Kalinga News

[ad_1]
ନୂଆଦିଲ୍ଲୀ: ମଇ ୧୨ ତାରିଖ ହେଉଛି ‘ମାତୃ ଦିବସ’। ଏହି ଦିନ ସମସ୍ତେ ନିଜନିଜ ମା’ର ସ୍ନେହ ଭଲପାଇବାକୁ ନେଇ ବାର୍ତ୍ତା ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମା’ର କ୍ରୁରତା ଦେଖିବାକୁ ମିଳୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ମା’ ନିଜ ଛୁଆକୁ ଜୀବନରୁ ଅଧିକ ଭଲ ପାଇଥାଏ। ଛୁଆର ଜୀବନ ବଞ୍ଚାଇବାକୁ ହେଲେ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ। କିନ୍ତୁ ଭାଇରାଲ ହୋଇଥିବା ଭିଡିଓରେ ମା’ ତାର ଛୁଆକୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। କେତେବେଳେ ସାର୍ଟ ଘୋଷାଡ଼ି ଦେଉଛି ତ ଆଉ କେତେବେଳେ ପିଠାକଡ଼ିକାରେ ମାଡ଼ ମାରି ତଣ୍ଟି ଚିପି ଦେଉଛି।
ଏହି ସମୟରେ ଶିଶୁ ଜଣକ ମା’କୁ ନେହୁରା ହେଇ କାନ୍ଦିକାନ୍ଦି କହୁଛି, ‘ଏ ମା’ ମୋତେ ଛାଡ଼ିଦେ କଷ୍ଟ ହେଉଛି।’ ମା’ କିନ୍ତୁ ଶିଶୁର କଥା ନଶୁଣି ତାକୁ ତାର ସାର୍ଟ ସହ ଘୋଷାଡ଼ି ଘୋଷାଡ଼ି ଅନ୍ୟ ଏକ କଠୋରିକୁ ନେଇ ଯାଉଛି। ଏହାପରେ ଶିଶୁର ଅବସ୍ଥା କ’ଣ ହେଲା ତାହା ଜଣାପଡ଼ିନାହିଁ।
ଭିଡିଓରେ ଦେଖିବାକୁ ମିଳୁଥିବା ଏଦୃଶ୍ୟ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି ମା’ ଏତେ ନିଷ୍ଠୁର କିପରି ହୋଇପାରିଲା। ଛୁଆକୁ ଟିକେ ଆଘାତ ଲାଗିଲେ ମା’ ମନ ବିଚଳିତ ହୋଇଯାଏ। ଏଭଳିସ୍ଥିତିରେ ଜଣେ ମା’ ହୋଇ ଛୁଆକୁ ଏମିତି କେମିତି ନିର୍ଯାତନା ଦେଇପାରୁଛି। ଏଥିସହିତ ଯିଏ ଏହି ଘଟଣାର ଭିଡିଓ କରୁଛନ୍ତି ସେ କାହିଁକି ମା’ ନିର୍ଯାତନାରୁ ଶିଶୁକୁ ବଞ୍ଚାଇଲେ ନାହିଁ ବୋଲି ବି ପ୍ରଶ୍ନ ଉଠୁଛି।
ଏହି ଭିଡିଓ ଗୁଜରାଟର ବୋଲି ଦାବି କରାଯାଉଛି। ସୋସିଆଲ ମିଡିଆବ୍ୟବହାରକାରୀମାନେ ଗୁଜୁରାଟ ସରକାର ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏହି ନିଷ୍ଠୁର ମା’ଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
क्या ये मां हो सकती है..?
छोटी सी बच्ची के साथ इतनी क्रूरता कोई कैसे कर सकता है..!
सोशल मीडिया पर ये वीडियो वायरल है..!
वायरल वीडियो को साझा कर दावा किया जा रहा है कि ये वीडियो गुजरात का है,मां अपनी बच्ची को क्रूरता से पीट रही है @NCMIndiaa @DeepikaBhardwaj @SahodarIndia pic.twitter.com/izqK74smuq— Zarafat khan (Journalist) (@MdZarafat) May 11, 2024
[ad_2]