ଅପରାଧ

ପାର୍ସଲ ମଗାଇ ଫସିଲେ: ଠକେଇର ଶିକାର ହେଲେ ବୃଦ୍ଧ – Kalinga News

[ad_1]

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ପାର୍ସଲ ମଗାଇ ମୁଦିପଡ଼ାର ରାଧାନାଥ ବେହେରା ୧ ଲକ୍ଷ ୩ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜାପାନର ଟୋକିଓରେ ରହୁଥିବା ତାଙ୍କ ଝିଅ ଫ୍ଲିପ୍‌କାର୍ଟରେ ଗୋଟିଏ ପାର୍ସଲ ଅର୍ଡର୍‌ କରିଥିଲେ। ଯାହା ରାଧାନାଥଙ୍କ ଘରେ ଡେଲିଭରି ଦିଆଯାଇଥାନ୍ତା। କିନ୍ତୁ ପାର୍ସଲ୍‌ଟି ତାଙ୍କୁ ମିଳିବାରେ ବିଳମ୍ବ ହୋଇଥିଲା। ତାପରେ ତାଙ୍କ ଝିଅ ଫ୍ଲିପ୍‌କାର୍ଟର କଷ୍ଟମର୍‌ କେୟାର୍‌ ନମ୍ବର ସଂଗ୍ରହ କରି ରାଧାନାଥଙ୍କୁ ଦେଇଥିଲେ। ୧୩ ତାରିଖ ଦିନ ରାଧାନାଥଙ୍କ ସ୍ତ୍ରୀ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ। ତାଙ୍କ ସ୍ତ୍ରୀଙ୍କ ଫୋନ୍‌ ପେ’ ନଥିଲା। ତେଣୁ ସେ ରାଧାନାଥଙ୍କ ନମ୍ବର ଦେଇଥିଲେ। ତାପରେ କଷ୍ଟମର୍‌ କେୟାର୍‌ ନାଁରେ ରାଧାନାଥଙ୍କ ପାଖକୁ କଲ୍‌ ଆସିଥିଲା। ମୋବାଇଲ୍‌ରେ ତାଙ୍କୁ କଷ୍ଟମର୍‌ ସପୋର୍ଟ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କହାଗଲା। କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୩ଟି ଟ୍ରେନ୍‌ଜେକ୍‌ସନ୍‌ରେ ୧ ଲକ୍ଷ ୩ ହଜାର ଟଙ୍କା କଟି ଯାଇଥିଲା।

ଟଙ୍କା କଟିବା ପରେ ସେ ତୁରନ୍ତ ବ୍ୟାଙ୍କ୍‌ ଶାଖାକୁ ଯାଇ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲେ ଏବଂ ସାଇବର୍‌ ହେଲ୍‌ପ ଲାଇନ୍‌ ନମ୍ବର ୧୯୩୦ରେ କଲ୍‌ କରି ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଟଙ୍କା ଟ୍ରାନ୍‌ଜେକ୍‌ସନ୍‌ ହୋଇଥିବା ସମସ୍ତ ଆକାଉଣ୍ଟକୁ ଫ୍ରିଜ୍‌ କରି ଦିଆଯାଇଥିଲା। ତାପରେ ଠକେଇ କରିଥିବା ବ୍ୟକ୍ତି ତାଙ୍କୁ ଏକାଧିକ ନମ୍ବରରୁ କଲ୍‌ କରି ଗାଳିଗୁଲଜ କରିଥିଲା। ଆକାଉଣ୍ଟକୁ ଅନ୍‌ଫ୍ରିଜ୍‌ ନ କଲେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ଅନ୍ୟପଟେ ୧୫ ତାରିଖ ଦିନ ଫ୍ଲିପ୍‌କାର୍ଟ ପକ୍ଷରୁ ତାଙ୍କ ପାର୍ସଲ୍‌ ଡେଲିଭରି ମଧ୍ୟ ଦିଆଯାଇଥିଲା। ଠକେଇ କରିଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଧାନାଥ ଶନିବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button