ଅପରାଧ

ୟୁପିରେ ମଦ୍ୟପର ବର୍ବର କାଣ୍ଡ: ମା’ଙ୍କୁ ଗୁଳି, ସ୍ତ୍ରୀକୁ ହାତୁଡ଼ିରେ ଆକ୍ରମଣ – Kalinga News

[ad_1]

ପରେ ପିଲାଙ୍କୁ ଛାତ ଉପରୁ ଫିଙ୍ଗିଦେଲା

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସୀତାପୁରର ପାଲାପୁର ଗାଁରେ ଏହି ଘଟଣା ଘଟିଛି। ପୁଲିସ ରିପୋର୍ଟ ଅନୁଯାୟୀ, ମାନସିକ ବିକାରଗ୍ରସ୍ତ ଅନୁରାଗ ସିଂହ ନାମକ ବ୍ୟକ୍ତି ଜଣକ ନିଜ ମା’ଙ୍କୁ ଗୁଳିକରି ହତ୍ୟା କରିବା ସହ ପତ୍ନୀଙ୍କୁ ହାତୁଡ଼ିରେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ସେ ତାଙ୍କ ତିନି ପିଲାଙ୍କୁ ଘର ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ, ଯେଉଁଥିରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ସେ ଆତ୍ମହତ୍ୟା କରିଛନ୍ତି।

ଅଭିଯୁକ୍ତ ଜଣକ ଜଣେ ମଦ୍ୟପ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି ପୁଲିସ କହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଅନୁରାଗ ସିଂହ ନିଜର ୪୦ ବର୍ଷୀୟ ପତ୍ନୀ, ୬୫ ବର୍ଷୀୟ ମା’ ଏବଂ ୧୨, ୯ ଓ ୬ ବର୍ଷର ତିନି ସନ୍ତାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି। ପୁଲିସ ଓ ଫରେନ୍ସିକ୍ ଟିମ୍ ତଦନ୍ତ ଜାରି ରଖିଛନ୍ତି ବୋଲି ସୀତାପୁର ଏସ୍‌ପି ଚକ୍ରେଶ ମିଶ୍ର କହିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button