ଅପରାଧ

ସରୁନି କୁବେର ବାବୁଙ୍କ ଅମାପ ସଂପତିର ତାଲିକା, ବନ୍ଧା ହେଲେ ଅବକାରୀ ଜଏଣ୍ଟ କମିଶନର

ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍‌।

ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି କରିଛି।

ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ୫୦ରୁ ଅଧିକ ପ୍ଲଟ୍‌ ଠାବ ହୋଇଛି। ସତ୍ୟନଗରରେ ଏକ ଫ୍ଲାଟ, ସୋନପୁରରେ ଫାର୍ମ ହାଉସ ସମେତ ୨ କୋଟିରୁ ଊର୍ଦ୍ଧ୍ବ ଜମା ଠାବ ନେଇ ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଭୁବନେଶ୍ୱରର ଖାରବେଳ ନଗରରେ ଥିବା ଚନ୍ଦ୍ରମା କମ୍ପ୍ଲେକ୍ସରେ ଶ୍ରୀ ମିଶ୍ରଙ୍କର ଏକ ଟୁ-ବିଏଚ୍‌କେ ଫ୍ଲାଟ୍ ଅଛି। ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ମଧ୍ୟ ତାଙ୍କର ଏକ ଟୁ-ବିଏଚ୍‌କେ ଫ୍ଲାଟ ଅଛି। ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ ଓ ଗୋଟିଏ ଫ୍ଳାଟ ଥିଲେ ସୁଦ୍ଧା ସେ ଧର୍ମ ବିହାରରେ ଭଡ଼ା ଘରେ ରହୁଛନ୍ତି। ଗତକାଲିଠୁ ଚଢ଼ାଉ ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ସଂପତିର ତାଲିକା ଶେଷ ହୋଇନାହିଁ। ଅମାପ ସଂପତି ଥିବା କୁବେର ବାବୁଙ୍କୁ ଆଜି ଗିରଫ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button