ରାଜନୀତି

କେଜ୍ରିୱାଲ-ଶାହ ମୁହାଁମୁହିଁ: ‘ମୋଦୀ ଅବସର ନେବେ, ଶାହ ପ୍ରଧାନମନ୍ତ୍ରୀ ହେବେ’ – Kalinga News

[ad_1]

ମୋଦୀ ରହିବେ, ବିରୋଧୀ ଖୁସି ହେବା ଉଚିତ ନୁହେଁ

ନୂଆଦିଲ୍ଲୀ: ତିହାର ଜେଲରୁ ମୁକୁଳିବାର ଦିନକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କନ୍ନଟ ପ୍ଲେସ୍ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ କେଜ୍ରିୱାଲ ଆଜି ଦିଲ୍ଲୀ ସ୍ଥିତ ଆପ୍ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଯଦି ପୁଣିଥରେ ବିଜେପି ସରକାର ଗଠନ ହୁଏ ତା’ହେଲ ସେମାନେ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବେ ଏବଂ ଅମିତ ଶାହ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେଜ୍ରିୱାଲ କହିଛନ୍ତି। ମୋଦୀ ଶାହଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଶାହ କ’ଣ ମୋଦୀଙ୍କ ପ୍ରତିଶ୍ରୁତି ପୂରଣ କରିବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ ବିଜେପି ଭୋଟର୍‌ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେମାନେ ବୁଝିବା ଉଚିତ ଯେ ସେମାନେ ମୋଦୀଙ୍କୁ ନୁହେଁ ବରଂ ଶାହଙ୍କୁ ହିଁ ଭୋଟ୍ ଦେଉଛନ୍ତି। ଆପ୍ ସୁପ୍ରିମୋ କହିଛନ୍ତି, ଯଦି ବିଜେପି ଇଣ୍ଡି ମେଣ୍ଟକୁ ପଚାରୁଛି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ତେବେ ମୁଁ ବିଜେପିକୁ ପଚାରୁଛି ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? ୨୦୨୫ରେ ମୋଦୀ ଅବସର ନେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ୨୦୨୫ ସେପ୍ଟେମ୍ବର ୧୭ ତାରିଖରେ ମୋଦୀଙ୍କୁ ୭୫ ବର୍ଷ ହେବ। ମୋଦୀ ତାଙ୍କ ଦଳରେ କରିଥିବା ନିୟମ ଅନୁଯାୟୀ ନେତାମାନେ ୭୫ ବର୍ଷ ବୟସରେ ଅବସର ନେବେ। ଏହାପରେ କ’ଣ ସେ ଅବସର ନେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ନେତୃତ୍ବାଧୀନ ଏନଡିଏ କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏମକେ ଷ୍ଟାଲିନଙ୍କ ସମେତ ସମସ୍ତ ବିରୋଧୀ ଦଳ ନେତା ଜେଲ୍ ଯିବେ ବୋଲି କେଜ୍ରିୱାଲ ସତର୍କ କରାଇ ଦେଇଛନ୍ତି। ମୋଦୀଙ୍କ ଏକଛତ୍ରବାଦ କାଏମ ରଖିବା ପାଇଁ ବିଜେପି ଚଳାଇଥିବା ମିସନ୍‌ର ନାମ ‘ୱାନ୍ ନେସନ୍, ୱାନ୍ ଲିଡର’ (ଏକ ରାଷ୍ଟ୍ର, ଜଣେ ନେତା) ଏବଂ ଏହାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଅମିତ ଶାହ ବୋଲି କେଜ୍ରିୱାଲ କହିଛନ୍ତି।

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି। କେଜ୍ରିୱାଲ ଜେଲରୁ ବାହାରି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିବା ବେଳେ ଶାହ କହିଛନ୍ତି ଯେ କେଜ୍ରିୱାଲ ଓ ଅନ୍ୟ ଇଣ୍ଡି ମେଣ୍ଟ ନେତାମାନେ ଏବେ ଭ୍ରମରେ ଅଛନ୍ତି। ମୋଦୀ ୭୫ ବର୍ଷରେ ଅବସର ନେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିବା ସହ ମୋଦୀଙ୍କ ପରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ‌ହେବେ ବୋଲି ପଚାରିଥିବାରୁ ଶାହ କହିଛନ୍ତି ଯେ ମୋଦୀ ହିଁ ପ୍ରଧାନମନ୍ତ୍ରୀ ରହିବେ ଏବଂ ସମଗ୍ର ଦେଶ ଏ ବାବଦରେ ଅବଗତ ରହିଛି। ମୋଦୀଙ୍କ ପରେ ଅମିତ ଶାହ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେଜ୍ରିୱାଲ ଦାବି କରିଥିବାରୁ ଏହାର ଜବାବରେ ଶାହ କହିଛନ୍ତି ଯେ ଇଣ୍ଡି ମେଣ୍ଟ ନେତାମାନେ ଘୋର ବିଭ୍ରାନ୍ତିର ଶିକାର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷ ବୟସରେ ଅବସର ନେବେ ବୋଲି ଭାବିବା ସେମାନଙ୍କର ବଡ଼ ଭୁଲ୍‌। ଏଭଳି ଚିନ୍ତା କରି କେଜ୍ରିୱାଲ ଓ ଅନ୍ୟ ଇଣ୍ଡି ମେଣ୍ଟ ନେତାମାନେ ଖୁସି ହୋଇଯିବା ଉଚିତ ନୁହେଁ। ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି। ଭବିଷ୍ୟତରେ ବି ସେ ଦେଶର ନେତୃତ୍ବ ନେବେ। ଏଥିପାଇଁ ବିଜେପିରେ କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ। ଶାହ କହିଛନ୍ତି, କେଜ୍ରିୱାଲ ଏବଂ ଇଣ୍ଡି ମେଣ୍ଟକୁ ମୁଁ ଏହା କହିବାକୁ ଚାହେ ଯେ ବିଜେପି ସମ୍ବିଧାନରେ ୭୫ ବର୍ଷ ବୟସ ସୀମା ଭଳି କିଛି ନିୟମ ନାହିଁ।

ଶାହ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବ‌ାଚନ ପ୍ରଚାର କରିବାପାଇଁ ଅନ୍ତରୀଣ ଜାମିନ ମିଳିଛି। ତାଙ୍କ ଗିରଫ ବେଆଇନ ବୋଲି ସେ ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିଲେ ମଧ୍ୟ କୋର୍ଟ କିଛି ଶୁଣିନଥିଲେ। ଅନ୍ତରୀଣ ଜାମିନ କେବଳ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମିଳିଛି। ଜୁନ୍‌ ୨ରେ ସେ ପୁଣିଥରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ ଯଦି କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଏହି ଅନ୍ତରୀଣ ଜାମିନକୁ କ୍ଲିନଚିଟ୍‌ ବୋଲି ଭାବୁଥାନ୍ତି ତେବେ ତାହା ଭୁଲ୍‌ ବୋଲି ଶାହ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button