ଖେଳ ଖବର
ଏହି ଭୁଲ ପାଇଁ ଆଇପିଏଲରୁ ନିଲମ୍ବିତ ହେଲେ ଋଷବ ପନ୍ତ ! – Kalinga News
[ad_1]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ ଝଟକା | ନିଲମ୍ବିତ ହେଲେ ଅଧିନାୟକ ଋଷବ ପନ୍ତ | ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଆଇପିଏଲର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଆଇପିଏଲର ୫୬ତମ ମ୍ୟାଚ୍ ସମୟରେ ପନ୍ତଙ୍କ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଧୀର ଓଭର ହାରରେ ବୋଲିଂ କରିଥିଲା | ଏହି ମ୍ୟାଚ୍ ମେ’ ୭, ୨୦୨୪ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଲାଯାଇଥିଲା | ଚଳିତ ସିଜିନରେ ତୃତୀୟ ଥର ଏଭଳି ଭୁଲ କରିଥିବାରୁ ଋଷବ ପନ୍ତଙ୍କୁ ଏଭଳି ଦଣ୍ଡ ମିଳିଛି |
[ad_2]