ମେଲବର୍ଣ୍ଣରେ ଜୋକୋଭିକ୍ଙ୍କ ୯୦ତମ ବିଜୟ – Kalinga News

[ad_1]
ସିନର, ସାବାଲେଙ୍କାଙ୍କ ବିଜୟ ଅଭିଯାନ
ମେଲ୍ବର୍ଣ୍ଣ: ଚଳିତ ଋତୁର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୁରୁଷ ଏକକ ସର୍ବିୟା ତାରକା ତଥା ରେକର୍ଡ ୨୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ନୋଭାକ ଜୋକୋଭିକଙ୍କ ସହ ଇଟାଲିର ଜାନକୀ ସିନର, ରୁଷିଆର ଆନ୍ଦ୍ରେ ରୁବଲେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ୬-୨, ୬-୭, ୬-୩, ୬-୪ ସେଟ୍ରେ କ୍ରୋଏସିଆର ଯୁବ ଖେଳାଳି ଡିନୋ ପ୍ରିଜମିକ୍ଙ୍କୁ ହରାଇଥିଲେ। ରଡ୍ଲାଭର ଏରିନାରେ ୧୦ ମୁକୁଟ କରାୟତ୍ତ କରିଥିବା ଜୋକୋଭିକ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାର କିଛି ମାସ ପରେ ପ୍ରିଜମିକ୍ (ଅଗଷ୍ଟ ୨୦୦୫) ଜନ୍ମ ଗ୍ରହଣ କରିଥିଲେ। ୧୮ ବର୍ଷୀୟ ପ୍ରିଜମିକ୍ ହାରିଥିଲେ ମଧ୍ୟ ୩୬ ବର୍ଷୀୟ ଜୋକୋଭିକ୍କୁ ସହଜରେ ବାଟ ଛାଡ଼ି ନଥିଲେ। ଏହି ବିଜୟ ସହ ଜୋକୋଭିକ୍ ମେଲବର୍ଣ୍ଣରେ ୯୦ତମ ବିଜୟ ହାସଲ କରିଛନ୍ତି। ୨୦୧୮ ପରଠାରୁ ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜାନକି ସିନର୬-୪, ୭-୫, ୬-୩ ସେଟ୍ରେ ନେଦରଲାଣ୍ଡ୍ସର ବୋଟିକ ଭାନ ଡି’ଜାନ୍ଦସ୍କୁପ୍ଙ୍କୁ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ ରୁବଲେଭ କଡ଼ା ସଂଘର୍ଷ କରି ୭-୫, ୬-୪, ୩-୬, ୪-୬, ୭-୬ ସେଟ୍ରେ ବ୍ରାଜିଲର ପଦାର୍ପଣକାରୀ ଥିଆଗୋ ସିବୋଥଙ୍କୁ ପରାସ୍ତ କରିଥିଲେ। ସେହିଭଳି ଦୁଇ ଆମେରିକୀୟ ଟେଲର ଫ୍ରିଜ ଓ ଫ୍ରାନ୍ସିସ୍ ତିଆଫୋଏ ମଧ୍ୟ ଅଗକୁ ବଢ଼ିଛନ୍ତି। ଦ୍ବାଦଶ ମାନ୍ୟତାପ୍ରାପ୍ତ ଫ୍ରିଜ୍ ୪-୬, ୭-୬, ୭-୫, ୭-୬ ସେଟ୍ରେ ଦକ୍ଷିଣ ଆଫ୍ରିକାର ଫାକୁଣ୍ଡା ଦିଆଜ୍ ଆକୋଷ୍ଟାଙ୍କୁ ଏବଂ ସପ୍ତଦଶ ତିଆଫୋଏ ୬-୩, ୭-୬, ୨-୬, ୬-୩ ସେଟ୍ରେ କ୍ରୋଏସିଆର ବ୍ରୋନା କୋରିକଙ୍କୁ ମାତ୍ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଏକକରେ ବିଜୟନୀ ବେଲାରୁଷର ଏରିନା ସାବାଲେଙ୍କାଙ୍କ ସହ ଗ୍ରିସ୍ର ମାରିଆ ସାକାରି ଓ ଚେକ୍ଗଣରାଜ୍ୟର ବାର୍ବୋରା କ୍ରାଇକୋଭା ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ସାବାଲେଙ୍କା ୬-୧, ୬-୦ ସେଟ୍ରେ ଜର୍ମାନିର ଇଲା ସେଇଡେଲଙ୍କୁ ହରାଇଥିଲେ। ଗତ ୩ ଗ୍ରାଣ୍ଡ ସ୍ଲାମ୍ରେ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିବା ଅଷ୍ଟମ ମାନ୍ୟତାପ୍ରାପ୍ତ ସାକାରି ୬-୪, ୬-୧ ସେଟ୍ରେ ଜାପାନର ନାଓ ହାବିନୋଙ୍କୁ ଏବଂ ପୂର୍ବତନ ଗ୍ରାଣ୍ଡସ୍ଲାମ ବିଜୟିନୀ ନବମ ମାନ୍ୟତାପ୍ରାପ୍ତ କ୍ରାଇକୋଭା ୨-୬, ୬-୪, ୬-୩ ସେଟ୍ରେ ଜାପାନର ମାଇ ହୋଣ୍ଟାମାଙ୍କୁ ପରାସ୍ତ କରିଥିଲେ। ପୋଲାଣ୍ଡର ମାଗ୍ଡା ଲିନେଟ୍ ମ୍ୟାଚ୍ ଅଧାରୁ ଓହରିଯିବାରୁ ୨୦୧୮ ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ କାରୋଲିନ୍ ଓଜନିଆକି ୱାକ୍ଓଭର୍ ପାଇ ଆଗକୁ ବଢ଼ିଛନ୍ତି। ୨୦୨୧ ୟୁଏସ୍ ଓପନ୍ ଫାଇନାଲିଷ୍ଟ କାନାଡ଼ାର ଲିଲା ଫର୍ଣ୍ଣାଡିଜ୍ ୭-୬, ୬-୨ ସେଟ୍ରେ ଚେକ୍ଗଣରାଜ୍ୟର ସାରା ବେଜଲେକ୍ଙ୍କୁ ହରାଇଛନ୍ତି।
[ad_2]




