ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମ୍ ବାହାରେ ବସି ଭାବପ୍ରବଣ ହେଲେ ରୋହିତ ଶର୍ମା – Kalinga News

[ad_1]
ପ୍ରୋଭିଡେନ୍ସ: ୧୩ ବର୍ଷ ପରେ ବିଶ୍ବକପ୍ ଟ୍ରଫି, ୧୧ ବର୍ଷ ପରେ ଭାରତ ପାଇଁ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ଆସିଛି। ଭାରତ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍ ଟ୍ରଫି ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରଥମ ସଂସ୍କରଣ (୨୦୦୭) ବିଜେତା ଭାରତ ୧୭ବର୍ଷ ପରେ ଏହି ଟ୍ରଫିକୁ ଦ୍ବିତୀୟଥର ଜିତିବାକୁ ସୁଯୋଗ ପାଇଛି। ଶନିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ ରୋହିତ ସେନା।

Sambad is now on WhatsApp
Join and get latest news updates delivered to you via WhatsApp
ଟିମ୍ ଫାଇନାଲ୍କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ପ୍ରଥମେ ମ୍ୟାଚ୍ ଜିତିବା ପରେ ପଡ଼ିଆରେ ଖୁସିରେ ଡେଇଁବାକୁ ଲାଗିଥିଲେ। ପରେ ରୋହିତଙ୍କୁ ଡ୍ରେସିଂ ରୁମ୍ରେ ଭାବପ୍ରବଣ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ସେ ଭାବପ୍ରବଣ ହୋଇଥିବା ବେଳେ ବିରାଟ ଯାଇ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।
ରୋହିତ ଶର୍ମା ଡ୍ରେସିଂ ରୁମ୍ ବାହାରେ ଆଖିରେ ହାତ ଦେଇ ବସିଥିବା ବେଳେ ତାଙ୍କ ଉପରକୁ କ୍ୟାମେରା ଜୁମ୍ କରାଯାଇଛି। ବିରାଟଙ୍କ ପରି ସୂର୍ଯ୍ୟୋକୁମାର ଯାଦବ ବି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିଲା। ସେମିଫାଇନାଲ୍ ଭଳି ବଡ଼ ଲଢ଼େଇରେ ବି ସେ ଏକ ଅଙ୍କ ଆଗକୁ ବଢ଼ି ପାରିନାହାନ୍ତି। ଗୁରୁବାର ରାତିରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ବର୍ଷା ପାଇଁ ଖେଳ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ବୋଲିଂ କରିବାକୁ ଚାହୁଥିଲା ବେଳେ ରୋହିତ ବ୍ୟାଟିଂ କରିବା ଆଶାରେ ଥିଲେ। ବଟଲର୍ ଟସ୍ ଜିତି ରୋହିତଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଉଭୟଙ୍କ ଆଶା ପୂରଣ ହୋଇଥିଲା। ଭାରତ ପାଳି ଆରମ୍ଭରୁ ରୋହିତ ଓ ବିରାଟ କୋହଲି ବଲ୍କୁ ପରଖିବାରେ ବିଫଳ ହେଉଥିଲେ। ସଠିକ୍ ଭାବେ ବଲ୍ ସହିତ ବ୍ୟାଟ୍ର ସଂଯୋଗ ହେଉ ନଥିବାରୁ ଭାରତ କେତେ ଟାର୍ଗେଟ୍ ଦେଇପାରିବ ତାହା ଅନୁମାନ କରିବା ମଧ୍ୟ ଅସମ୍ଭବ ମନେହେଉଥିଲା। ରୋହିତ କିନ୍ତୁ ମଝିରେ ମଝିରେ ଚୌକା ମାରି ରନ୍ ହାର କମିବାକୁ ଦେଉ ନଥିଲେ। ତୃତୀୟ ଓଭରରେ ରିସି ଟପଲେଙ୍କୁ ମିଡ୍ ୱିକେଟ୍ ଉପରେ ଛକା ମାରି କୋହଲି ଆକ୍ରମଣାତ୍ମକ ଅଭିମୁଖ୍ୟ ଦେଖାଇଥିଲେ। କିନ୍ତୁ ଗୋଟିଏ ବଲ୍ ପରେ ଅସାମାନ୍ୟ ବାଉନ୍ସରେ ଚକ୍ମା ଖାଇ ବୋଲ୍ଡ ହୋଇଯାଇଥିଲେ କୋହଲି (୯)।
[ad_2]