ଖେଳ ଖବର

ଭାରତ ଟି-୨୦ ବିଶ୍ବକପ ବିଜେତା ହେବାପରେ ୪୦ହଜାର ଫୁଟ ଉଚ୍ଚରେ ଖୁସିରେ ଝୁମିଲେ ଯାତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ: ଭାରତ ଟି-୨୦ ବିଶ୍ବକପ ବିଜେତା ହେବାପରେ ଦଳର ସଦସ୍ୟଙ୍କୁ ଶୁଭେଚ୍ଛାର ଛୁଟି ଆସୁଛି। ସମଗ୍ର ଦେଶରେ ଏହି ବିଜୟର ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଗତ ଶନିବାର ରାତିରେ ଲୋକେ ବାଣ ଫୁଟାଇବା ସହିତ ରାସ୍ତାରେ ଦଳଦଳ ହୋଇ ନାଚିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଦୀପାବଳି ଭଳି ବାତାବରଣ ହୋଇଯାଇଥିଲା। ଏହାର ପ୍ରଭାବ ରବିବାର ବି ରହିଛି। ଭାରତ ବିଜୟର ଏହି ଉତ୍ସାବ କେବଳ ସଡ଼କପଥରେ ନୁହେଁ ସମୁଦ୍ର ତଟରୁ ୪୦,୦୦୦ଫୁଟ ଉଚ୍ଚରେ ବି ଦେଖିବାକୁ ମିଳିଥିଲା।

ଏହାର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ବିନମ୍ରା ‌ଲୋଙ୍ଗାନି ନାମକ ବ୍ୟବହାରକାରୀ ସେୟାର କରିଛନ୍ତି। ଯେଉଁଥିରେ ଲଣ୍ଡନ ଯାଉଥିବା ବିସ୍ତାରାର ବିମାନରେ ଯାତ୍ରୀଙ୍କୁ ଭାରତ ବିଜୟୀ ହେବାପରେ ଉତ୍ସାହିତ ହୋଇ ଝୁମିଥିବା ଦେଖିବାକୁ ମିଳୁଛି।

 

ବିନମ୍ରା ‌ଲୋଙ୍ଗାନି କହିଛନ୍ତି, ‘ଏହି ଭିଡିଓକୁ ତାଙ୍କର ଜଣେ ସାଙ୍ଗ ତାଙ୍କ ପାଖକୁ ପଠାଇବା ପରେ ସେ ଏହାକୁ ପୋଷ୍ଟ କରିଛନ୍ତି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button