ଖେଳ ଖବର

ସିଲି ପଏଣ୍ଟ୍‌: ସରିନଙ୍କ ସହ ଗୁପ୍‌ଚୁପ୍‌ ଖାଇଲେ ଶୁବମନ – Kalinga News

[ad_1]

ମୁମ୍ବାଇର ଏକ ରେସ୍ତୋରାଁରେ ବ୍ରିଟିସ୍ ଗାୟକ ଏଡ୍ ସିରନ୍‌ଙ୍କ ସହିତ ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ୍‌ ଗୁପ୍‌ଚୁପ୍‌ ଖାଇଛନ୍ତି। ସିରନ୍‌ ନିୟମିତ ଭାବେ ଷ୍ଟାଡିୟମ୍‌‌ରେ ଉପସ୍ଥିତ ରହି ମ୍ୟାଚ୍‌ ଦେଖିଥାନ୍ତି। ଯେତେବେଳେ ସେ ଭାରତ ଆସିଥିଲେ, ମୁମ୍ବାଇରେ ଗିଲ୍‌ ଓ ହାସ୍ୟ ଅଭିନେତା ତନ୍ମୟ ଭଟ୍ଟଙ୍କୁ ‌ସାକ୍ଷାତ କରିବାର ସୁଯୋଗ ପାଇଥିଲେ। ଗିଲ୍‌ଙ୍କ ସହ ସିରନ୍‌ କ୍ରିକେଟ୍‌ ଖେଳିବା ସହ ପରେ ବାର୍ତ୍ତାଳାପ କରିଥିବା ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। କିନ୍ତୁ ଏହି ଫଟୋ ଆଇପିଏଲ୍‌ ପୂର୍ବର ନା ଏବେକାର ତାହା ଜଣାପଡ଼ିନାହିଁ।

୪୫୦୦ ଟଙ୍କାରେ ଟିକେଟ୍‌ କିଣି ଠିଆ ହୋଇ ଦେଖିଲେ

ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଜଣେ ଦର୍ଶକଙ୍କ ସହ ଏକ ରୋଚକ ଘଟଣା ଘଟିଥିଲା, ଯାହା ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଛି। ଜୁନୈଦ ଅହମଦ ନାମକ ଏହି ବ୍ୟକ୍ତିଜଣକ ୪୫୦୦ ଟଙ୍କା ଦେଇ ‌‘ଜେ୬୬’ ସିଟ୍‌ର ଟିକେଟ୍‌ କିଣିଥିଲେ। କିନ୍ତୁ ଗ୍ୟାଲେରିରେ ପହଞ୍ଚିବା ବେଳକୁ ତାଙ୍କ ସିଟ୍‌ ଗାଏବ୍‌ ହୋଇଯାଇଥିଲା। ‘ଜେ୬୫’ ଓ ‘ଜେ୬୭’ ମଝିରେ କିଛି ସିଟ୍‌ ନଥିଲା। ଏହାପରେ ଉକ୍ତ ସିଟ୍‌ଗୁଡ଼ିକ ସହ ପ୍ରଥମ ପାଳି‌କୁ ସେ ଛିଡ଼ା ହୋଇ ଖେଳ ଦେଖିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏଥିସହିତ ଏହାକୁ ସ୍କାମ୍‌ କହିବା ସହ ଟଙ୍କା ଫେରସ୍ତ ହେବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଏହି ମାମଲା କିଛି ସମୟ ପରେ ରୋଚକ ମୋଡ଼ ନେଇଥିଲା ଓ ଦର୍ଶକଜଣଙ୍କୁ ତାଙ୍କ ହଜିଯାଇଥିବା ସିଟ୍‌ ମିଳିଥିଲା। ‘ଜେ୬୬’ ସିଟ୍‌, ‘ଜେ୬୯’ ଓ ‘ଜେ୭୦’ ମଝିରେ ରହିଥିବା ‌ସେ ଠାବ କରିଥିଲେ। ପରେ ମିଳିଯାଇଥିବା ସିଟ୍‌ର ଫଟୋ ପୋଷ୍ଟ କରି ସେଥିରେ ‌କେହିଜଣେ ଏଗୁଡ଼ିକୁ ମିଶାଇ ଦେଇଥିବା ଲେଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button