ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ବଡ଼ ବୟାନ – Kalinga News

[ad_1]
ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି। ନୃସିଂହ ସାହୁ କହିଛନ୍ତି, ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି। ମେଣ୍ଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ। ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି। ସିଟ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି। ଯେଉଁମାନେ ବିଜେଡି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ।

Sambad is now on WhatsApp
Join and get latest news updates delivered to you via WhatsApp
ନୃସିଂହ ସାହୁ ଆହୁରି କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ମେଣ୍ଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି। କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି। ଲାଭ ପାଇଁ ହିଁ ମେଣ୍ଟ ହୁ । ସେ ଏହା ମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତି । କିନ୍ତୁ ମେଣ୍ଟ ହେଲେ କେତେ ଆସନରେ ବିଜେଡି ଲଢ଼ିବ ସେନେଇ ମୁହଁ ଖୋଲିନାହାନ୍ତି ନୃସିଂହ ସାହୁ। ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି ସେ କହିଛନ୍ତି।
[ad_2]