ଅପରାଧ

ବିଜେପି ନେତାଙ୍କ ନାବାଳକ ପୁଅ ଦେଲା ଭୋଟ: ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ – Kalinga News

[ad_1]

ଭୋପାଳ: ମଧ୍ୟପ୍ରଦେଶରେ ମଇ ୭ ତାରିଖରେ ଲୋକସଭା ନିର୍ବାଚନ ପାଇଁ ୨୯ଟି ଆସନ ମଧ୍ୟରୁ ୯ଟି ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ସମାପ୍ତ ହୋଇଛି। ଏହି ୯ଟି ଆସନ ମଧ୍ୟରୁ ଭୋପାଳ ଲୋକସଭା ଆସନ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଭୋପାଳରେ  ଜଣେ ନାବାଳକ ଦେଇଥିବା ଭ‌ୋଟକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଛି।

ଭୋପାଳରେ ବିଜେପିର ଜିଲ୍ଲା ପଞ୍ଚାୟତ ସଦସ୍ୟ ବିନୟ ମେହର ତାଙ୍କ ନାବାଳକ ପୁଅକୁ ଭୋଟ ଦେବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି। ବିନୟ ନିକଟରେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ବିନୟଙ୍କ ନାବାଳକ ପୁଅ ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିବ‌ା ବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରକ‌ାର ପ୍ରଶ୍ନ ଉଠାଉଛନ୍ତି।

ଭୋପାଳ ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ନେଇ କହିଛନ୍ତି, ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଅନୁସନ୍ଧାନ ରିପୋର୍ଟ ଆସିବା ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିର୍ବାଚନ ଆୟୋଗର ଅଧିକାରୀଙ୍କ କହିବା ଅନୁଯାୟୀ ଭୋଟର ନିଜେ ଭୋଟ୍ ଦେଇପାରିବେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଭୋଟ୍ ଦେଇପାରିବେ ନାହିଁ। ମତଦାନ ବୁଥ ଭିତରେ ମୋବାଇଲ୍ ଫୋନ୍ ଅନୁମତି ନାହିଁ ।

ଏଭଳି ପରିସ୍ଥିତିରେ ଭୋଟଦାନ କେନ୍ଦ୍ରକୁ ବିଜେପି ନେତା ମୋବାଇଲ୍ ଫୋନ୍ କିପରି ନେଇ ଗଲେ  ବୋଲି ଲୋକେ ପ୍ରଶ୍ନ କରିବା ସହିତ  ପ୍ରିଜାଇଡିଂ ଅଫିସର ତଥା ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଅନ୍ୟ ଅଧିକାରୀମାନେ ସେ ସମୟରେ କ’ଣ କରୁଥିଲେ ସେଥିପାଇଁ ଯାଞ୍ଚ ଦାବି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button