ଅପରାଧ

ସାଇବର ଠକେଇ ବଢ଼ୁଛି, ଗିରଫଦାରୀ ହେଉନାହିଁ – Kalinga News

[ad_1]

ସମ୍ବଲପୁର: ସାଇବର୍‌ ଅପରାଧ ସାରା ଦେଶକୁ ଏବେ କବଳିତ କରି ରଖିଛି। ଆଖି ପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର୍‌ ଠକ। ସାମାନ୍ୟ ଅସାବଧାନତା ହେଉ ବା ସଚେତନତା ଅଭାବ, ଝାଳବୁହା ପରିଶ୍ରମ କରି ଲୋକେ ରୋଜଗାର କରୁଥିବା ଅର୍ଥକୁ ସାଇବର୍‌ ଠକମାନେ ନେଇ ଯାଉଛନ୍ତି। କିନ୍ତୁ ସାଇବର୍‌ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଲୋକଙ୍କୁ ଅଧିକ ମର୍ମାହତ କରୁଛି। ଜାତୀୟ ସାଇବର୍‌ କ୍ରାଇମ୍‌ ପୋର୍ଟାଲ୍‌ର ତଥ୍ୟ ଅନୁଯାୟୀ, ସାଇବର ଠକେଇ ସହ ଜଡିତ ୬୬ ହଜାରରୁ ଅଧିକ ଅଭିଯୋଗ ହୋଇଥିବା ବେଳେ ଗିରଫ ସଂଖ୍ୟା ୫ ଶହ ରହିଛି। ୨୦୨୦ରୁ ଫେବ୍ରୁଆରି ୨୦୨୪ ମଧ୍ୟରେ ଏମ୍ସ ସାଇବର୍‌ ଆଟାକ୍‌, ଆଇସିଏମଆର୍‌ ଡାଟା ଚୋରି ଏବଂ ଋଣ ପ୍ରଦାନ କରିବା ନାଁରେ ହେଉଥିବା ସାଇବର୍‌ ଠକେଇ ସହ ଜଡ଼ିତ ୩୧ ଲକ୍ଷ ଅଭିଯୋଗ ଆସିଛି। ଋଣ ପ୍ରଦାନ ନାଁରେ ସାଇବର୍‌ ଠକମାନେ ସର୍ବସ୍ବ ଠକି ନେଉଛନ୍ତି। ଯାହା ଭାରତର ଆର୍ଥିକ ଭିତ୍ତିଭୂମି ଉପରେ ବିଶେଷ ପ୍ରଭାବ ପକାଉଛି ଏବଂ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡକୁ କ୍ଷତି ପହଞ୍ଚାଉଛି। ବିଶେଷ କରି ସ୍ୱଳ୍ପ ଆୟ ବର୍ଗର ଲୋକଙ୍କୁ ଏହି ଋଣ ଦେବା ନାଁରେ ସାଇବର୍‌ ଠକମାନେ ଟାର୍ଗେଟ୍‌ କରୁଛନ୍ତି। ସାଇବର ଠକେଇ ବଢ଼ୁଥିବା ବେଳେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବହୁତ କମ୍ ରହିଛି। ତଥ୍ୟ ଅନୁଯାୟୀ ପୁଲିସ, ସାମରିକ ବାହିନୀ ଭଳି ବିଭିନ୍ନ ପ୍ରକାର ଲିଗାଲ ଏଜେନ୍ସି ଦ୍ବାରା ଦାଖଲ ହୋଇଥିବା ମୋଟ ସାଇବର ଠକେଇ ମାମଲାର ୧ ପ୍ରତିଶତରୁ କମ୍‌ ମାମଲାରେ ଗିରଫଦାରୀ ହୋଇଛି। ସାଇବର ଠକେଇ ସହ ଜଡିତ ୬୬ ହଜାରରୁ ଅଧିକ ଅଭିଯୋଗ ହୋଇଥିବା ବେଳେ ଗିରଫ ସଂଖ୍ୟା ୫ ଶହ ରହିଛି।
ସମ୍ବଲପୁର ସମେତ ଓଡ଼ିଶାରେ ସମାନ ଅବସ୍ଥା ରହିଛି। ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସାଇବର୍‌ ଅପରାଧ ଘଟାଉଥିବା କିଛି ଅପରାଧୀଙ୍କୁ ଯଦିଓ ସମ୍ବଲପୁର ପୁଲିସ ଗିରଫ କରିପାରିଛି। କିନ୍ତୁ ସାଇବର ଠକେଇ ମାମଲାରେ ଗିରଫଦାରୀ ସଂଖ୍ୟା ନାହିଁ କହିଲେ ଚଳେ। ଅଇଁଠାପାଲି ପୁଲିସ କେବଳ ଗୋଟିଏ ଥର ସାଇବର୍‌ ଠକେଇ ମାମଲାରେ ଜାମତରା ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତା ପରଠୁ ଠକେଇ ମାମଲାରେ ସମ୍ବଲପୁର ପୁଲିସର ହାତ ଏକପ୍ରକାର ଖାଲି ରହିଛି। ଯାହା ଏବେ ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଛି।
ନିର୍ବାଚନ ଋତୁ ଜାରି ରହିଥିବା ବେଳେ ସାଇବର୍‌ ଠକମାନେ ଏବେ ଆହୁରି ଅଧିକ ସକ୍ରୀୟ ହୋଇଯାଇଛନ୍ତି। ଠକମାନଙ୍କୁ ଧରିବାରେ ପୁଲିସ ଓ ବିଭିନ୍ନ ଏଜେନ୍ସି ବିଫଳ ହେଉଥିବାରୁ ଏହି ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି। ଦେଶରେ ଜାମତରା ନାଁ ସମସ୍ତେ ଶୁଣିଥିଲେ। କିନ୍ତୁ ଏବେ ଜାମତରା ଭଳି ମାଳମାଳ ଜାଗା ରହିଛି, ଯେଉଁଠାରୁ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ସବୁଦିନ ଜାଲ ବିଛାଉଛନ୍ତି। ଠକମାନଙ୍କୁ ଗିରଫ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button