ଅପରାଧ

ମୃତ୍ୟୁ ହିଁ ସତ୍ୟ ଷ୍ଟାଟସ ଦେଇ ଜୀବନ ହାରିଦେଲେ ଦୁଇସାଙ୍ଗ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜାଲୌନରେ ଦୁଇଜଣ ସାଙ୍ଗ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣସାଙ୍ଗଙ୍କ ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ କରୁୂଛି।

ଏହି ଦୁଃଖଦ ଘଟଣାଟି ଜାଲୌନର କାଲପି କୋତବାଲି ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଅମନ ବର୍ମା ଓ ବାଲେନ୍ଦ୍ର ପାଲ ନାମକ ଦୁଇଜଣ ସାଙ୍ଗ ଏକ ନିଛାଟିଆ ସ୍ଥାନକୁ ଯାଇ ବିଷ‌ାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଥିଲେ। ଘଟଣାସ୍ଥଳରେ ବାଲେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଧୀରେଧୀରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ା ଦେଖି ଅମନ ଫୋନ କରି ପରିବାର‌ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ଅମନଙ୍କ ଫୋନ ପାଇ ସଙ୍ଗେସଙ୍ଗେ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚି ପୁଅ ଓ ତାଙ୍କ ସାଙ୍ଗ ବାଲେନ୍ଦ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଦୁଃଖର ବିଷୟ ଡାକ୍ତର ଦୁଇଜଣ ସାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ।

ଯାଞ୍ଚରୁ ଜଣାପଡ଼ିଛି ଅମନ ଏକ ମେଡିକାଲ ଷ୍ଟୋରରେ କାମ କରୁଥିବା ସହିତ ବିବାହିତ ଥିଲେ। ବାଲେ‌ନ୍ଦ୍ର ଅବିବାହିତ ଥିଲେ। ଦୁଇଜଣ ଘନିଷ୍ଠ ବନ୍ଧୁଥିଲେ। ଦୁଇସାଙ୍ଗ ଦାର୍ଶନିକ ଓସୋଙ୍କ ପ୍ରବଚନ ଶୁଣିବା ସହିତ ତାଙ୍କ କଥାରେ ଖୁବ ପ୍ରଭାବିତ ଥିଲେ।

ମୃତପୂର୍ବରୁ ଅମନ ଓ ବାଲେନ୍ଦ୍ର ହ୍ବାଟସଆପରେ ତିନିଟି ଷ୍ଟାଟସ ଦେଇଥିଲେ। ଯେଉଁଥିରେ ଜଳୁଥିବା ଚିତା, ଶବଯାତ୍ରା ଓ ଓସୋଙ୍କ ଫଟୋ ଥିଲା। ଏହି ଫଟୋରେ ‘ମୃତ୍ୟୁ ହିଁ ସତ୍ୟ’ ବୋଲି ଉଲ୍ଲେଖ ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button