ରାଜନୀତି

ଗୁରୁବାର ସନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ୍ ଦେଲେ ସୂଚନା – Kalinga News

[ad_1]

ଗଞ୍ଜାମ: ଗୁରୁବାର ଗଞ୍ଜାମ ଜିଲ୍ଲା କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲୋକମାନଙ୍କୁ ସେ ଅପିଲ୍ କରିଛନ୍ତି। ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ବଡ଼ ଘୋଷଣା କରିବେ।

ଗୁରୁବାର ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ, ଇସ୍ତାହାର ଦେଖି ସାରା ଓଡିଶାର ଲୋକ ଖୁସି ହେବେ ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ଇସ୍ତାହାରରେ ଯାହା କୁହନ୍ତି, କାମ ତାଠୁ ଅଧିକ କାମ କରନ୍ତି । ସେଥିପାଇଁ ଓଡିଶାବାସୀ ତାଙ୍କୁ ଭଲପାଆନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ଅଧିକ ମାର୍ଜିନରେ ବିଜୟୀ କରାଇଥାନ୍ତି।

ବିରୋଧୀଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ୍ କହିଛନ୍ତି, ବ୍ରହ୍ମପୁରରେ ପୂର୍ବରୁ ଦୁଇଟି ନିର୍ବାଚନୀ କାର୍ଯ୍ୟକ୍ରମ ହେଇଥିଲା। ବଡ ବଡ ନେତା ଆସିଥିଲେ । ହେଲେ ସେହି କାର୍ଯ୍ୟକ୍ରମ ଏବଂ ଆଜିର କାର୍ଯ୍ୟକ୍ରମ ମଧ୍ୟରେ ବହୁ ଫରକ୍ ରହିଛି ।
ମେ’ ୧୩ରେ ରାଜ୍ୟର ୨୮ ବିଧାନସଭା ଏବଂ ୪ ଲୋକସଭା ଆସନରେ ହେବାକୁଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେଡି ୯୦ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ଆଶା ରଖିଛି। ଲୋକଙ୍କ ଆର୍ଶୀବାଦ ରହିଲେ ଏହି ୯୦ ପ୍ରତିଶତ ବି ଶହେ ପ୍ରତିଶତ ହେଇପାରିବ ବୋଲି ସେ କହିଛନ୍ତି ।

ବିରୋଧୀଙ୍କୁ କଡ଼ା ସମାଲୋଚନା କରି ପାଣ୍ଡିଆନ୍ କହିଛନ୍ତି, ୨୬ ବର୍ଷ ହେଲା ବିରୋଧୀ ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି ହେଲେ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜିପାଉ ନାହାନ୍ତି । କାହିଁକି ନା, ତାଙ୍କର ଡର ଅଛି, ଯଦି ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତି, ତେବେ ତାଙ୍କ ଆସନ ସଂଖ୍ୟା ୧୦ରୁ ତଳକୁ ଆସିଯିବ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button