ସାଧାରଣ ନିର୍ବାଚନ ପାଇଁ ବିଜେପିର ସାଙ୍ଗଠନିକ ପ୍ରସ୍ତୁତି: ନିର୍ବାଚନ ଲଢ଼ିନପାରନ୍ତି ବୈଜୟନ୍ତ – Kalinga News

[ad_1]
ଓଡ଼ିଶା ବିଜେପିର ପ୍ରଭାରୀ ହେଲେ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ଦାୟିତ୍ୱ
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଯେପରି ଭଲ ପ୍ରଦର୍ଶନ କରିବ ତାହାକୁ ନଜରରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ୨୩ଟି ରାଜ୍ୟ ପାଇଁ ନୂଆ ପ୍ରଭାରୀ, ସହପ୍ରଭାରୀ ନିଯୁକ୍ତ କରିଛନ୍ତି। ଏଥିରେ ଓଡ଼ିଶା ପ୍ରଭାରୀ ଭାବେ ଉତ୍ତରପ୍ରଦେଶର ସାଂସଦ ବିଜୟ ପାଲ ସିଂହ ତୋମାରଙ୍କୁ ନିଯୁକ୍ତି ଦିଆଯାଇଛି। ଡି.ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାନେତ୍ରୀ ହେବା ପରେ ଓଡ଼ିଶା ବିଜେପିର ପ୍ରଭାରୀ ପଦବି ଦୀର୍ଘ ୬ମାସ ହେଲା ଖାଲି ପଡ଼ିଥିଲା। ଏବେ ଓଡ଼ିଶା ବିଜେପିର ସହପ୍ରଭାରୀ ଥିବା ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଆଉ ଛତିଶଗଡ଼ର ବିଧାୟିକା ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ବ ମିଳିଛି। ତେବେ ବୈଜୟନ୍ତୀଙ୍କ ଏହି ନୂଆ ନିଯୁକ୍ତିକୁ ରାଜ୍ୟ ରାଜନୀତି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦେଶର ସବୁଠୁ ଅଧିକ ଲୋକସଭା ଆସନ (୮୦ଟି) ଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଆଶାୟୀ ଦଳ ସବୁବେଳେ ଉତ୍ତରପ୍ରଦେଶକୁ ଫୋକସ୍ କରିଥାନ୍ତି। ଏଣୁ ଉତ୍ତରପ୍ରଦେଶରେ ବୈଜୟନ୍ତ ବିଜେପିକୁ ରେକର୍ଡ ବିଜୟ ଦେବାକୁ ହେଲେ ଅଧିକ ସମୟ ଦେବାକୁ ହେବ। ସେହି ଦୃଷ୍ଟିରୁ ବୈଜୟନ୍ତ ଏଥର ନିର୍ବାଚନ ଲଢ଼ି ନପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଏପଟେ ଯଦି ବୈଜୟନ୍ତ କେନ୍ଦ୍ରାପଡ଼ାରୁ ନିର୍ବାଚନ ନ ଲଢ଼ନ୍ତି ତେବେ ବିଜେପିରୁ କିଏ ସେଠାରେ ପ୍ରାର୍ଥୀ ହେବେ ତାହାକୁ ନେଇ ବି ଦଳୀୟ ନେତା ଅଙ୍କ କଷୁଛନ୍ତି। ଆଜି ଓଡ଼ିଶା ବିଜେପି ପାଇଁ ନୂ୍ଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା ହୋଇଥିଲେ ହେଁ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ପଦ ସୁରକ୍ଷିତ ଅଛି। ବଂଶଲଙ୍କ ରଣନୀତିରେ ଓଡ଼ିଶା ବିଜେପି ଆଗକୁ ବଢ଼ୁଥିବାରୁ ନିର୍ବାଚନ ପୂର୍ବରୁ ତାଙ୍କ ପଦ ବଦଳିନପାରେ ବୋଲି ଦଳୀୟ ମହଲରୁ ଜଣାପଡ଼ିଛି। ଆଜିର ନିଯୁକ୍ତି ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ସରକାର ଗଠନ ପାଇଁ ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ। ଆମେ ଏଥର ନିଶ୍ଚିତ ଓଡ଼ିଶାରେ ସରକାର ଗଠନ କରିବୁ।
[ad_2]




