ରାଜନୀତି

ଧର୍ମେନ୍ଦ୍ରଙ୍କ ମୋର୍ଚ୍ଚା ସମ୍ଭାଳିଛନ୍ତି ପତ୍ନୀ ମୃଦୁଳା – Kalinga News

[ad_1]

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ସଂକେତ ଦେଇସାରିଛନ୍ତି। ସେ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଆସନ ମଧ୍ୟରୁ ସମ୍ବଲପୁରକୁ ବାଛିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ ପାଣିପାଗ ଆଉ ପ୍ରସ୍ତୁତିରୁ ଏହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏପରିସ୍ଥଳେ, କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ସମ୍ବଲପୁରରେ ରହି ରାଜନୈତିକ ଗତିବିଧି ଆରମ୍ଭ କରିଦେଇଛନ୍ତି। ସୂଚନା ଅନୁସାରେ, କିଛିଦିନ ତଳେ ସମ୍ବଲପୁର ସହରର ମଧ୍ୟଭାଗରେ ଥିବା ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ପୂଜାର୍ଚ୍ଚନା ସହିତ ଧର୍ମେନ୍ଦ୍ର ଗୃହ ପ୍ରବେଶ କରିସାରିଛନ୍ତି। ଏଥିସହିତ, ସେ ବିଭିନ୍ନ ସରକାରୀ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ବଲପୁରକୁ ଘନଘନ ଗସ୍ତ ବି କରୁଛନ୍ତି। ଅପରପକ୍ଷେ, କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃଦୁଳା ଠାକୁର ସମ୍ବଲପୁରରେ ରାଜନୈତିକ ଗତିବିଧି ବି ଆରମ୍ଭ କରିଦେଇଛନ୍ତି। ସେ କିଛିଦିନ ତଳେ ସହରର କୁଂଜେଲପଡ଼ାରେ ଥିବା ସମ୍ବଲପୁର ପ୍ରସିଦ୍ଧ ମିଠା ‘ସରସତିଆ’ ଦୋକାନରେ ପହଞ୍ଚିଥିଲେ। ଦୋକାନୀ ଦମ୍ପତିଙ୍କ ସହ କିଛି ସମୟ ବିତାଇଥିଲେ। କେବଳ ସେତିକି ନୁହେଁ, ନିଜେ ସେମାନଙ୍କ ସହିତ ବସି ‘ସରସତିଆ’ ଛାଣିଥିଲେ। କେତେବେଳେ ତାଙ୍କୁ ବସ୍ତି ଅଂଚଳକୁ ଯାଇ ମହିଳାମାନଙ୍କୁ ଭେଟୁଥିବା ତ ଆଉ କେତେବେଳେ କଲୋନିଗୁଡ଼ିକରେ ପହଂଚି ମହିଳା ସମିତିର ସଦସ୍ୟାଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ, ସହରର ବୁଦ୍ଧିଜୀବୀଙ୍କ ସହିତ ବି ସାକ୍ଷାତ ଆଲୋଚନା କରୁଛନ୍ତି। ରାଜନୈତିକ ପରିବାରରୁ ଆସିଥିବା ମୃଦୁଳାଙ୍କ ଏହି ଜନ ସଂପର୍କ ଅଭିଯାନ ବେଶ୍ ପ୍ରଭାବଶାଳୀ ଥିବା ଏବେ ସହରରେ ଚର୍ଚ୍ଚା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏକବର୍ଷ ହେଲା ମୃଦୁଳା ତାଙ୍କ ବିକାଶ ଫାଉଣ୍ଡେସନ ଜରିଆରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଭିନ୍ନ ଅଂଚଳରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button