ଖେଳ ଖବର

ଅଭିଷେକ-ଟ୍ରାଭିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ: ସନରାଇଜର୍ସ ହାଇଦ୍ରାବାଦ୍‌ର ସହଜ ବିଜୟ – Kalinga News

[ad_1]

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି)ବିରୋଧରେ ସହଜ ବିଜୟ ହାସଲ କରିଛି। ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଧରାଶାୟୀ ହୋଇଛି।

ଧାର୍ଯ୍ୟ ୧୬୬ ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ୍‌ ୯.୪ ଓଭରରେ କୌଣସି ୱିକେଟ ନ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଅଭିଷେକ ଶର୍ମା ୭୫ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ୮୯ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ୧୬୫ ରନ୍ କରିଥିଲା। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍ ରହିଥିଲା।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କେଏଲ ରାହୁଲ ୨୯ ରନ୍ କରିଥିବାବେଳେ କୃଣାଳ ପାଣ୍ଡ୍ୟା ୨୪ ରନ୍ କରିଥିଲେ। ସେହିପରି ନିକୋଲାସ ପୁରାନ ୪୮ ରନ୍, ଆୟୂଷ ବାଦୋନି ୩୫ ରନ୍ କରିଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button