ଖେଳ ଖବର

ଏହି କାମ ନକରିବା ଯାଏ ବିରାଟ ସନ୍ତୁଷ୍ଟ ହେବେ ନାହିଁ: ହରଭଜନ ସିଂହ – Kalinga News

[ad_1]

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂହ। ବିରାଟଙ୍କ ଲକ୍ଷ୍ୟ କ’ଣ ଏବଂ ସେ କେଉଁ କାମ କରିବା ପରେ ଯାଇ ସନ୍ତୁଷ୍ଟ ହେବେ ତାହା ଜଣାଇଲେ ହରଭଜନ । କିଛି ଦିନ ହେଲାଣି ଚର୍ଚ୍ଚା ହେଉଛି ଯେ, ବିରାଟ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ବକପରୁ ବାଦ ପଡ଼ିପାରନ୍ତି। ରିପୋର୍ଟ ଅନୁଯାୟୀ, ବିରାଟ କୋହଲିଙ୍କ ଟି-୨୦ କ୍ରିକେଟ୍ ଖେଳିବାର ଶୈଳୀରେ ଚୟନକର୍ତ୍ତା ସନ୍ତୁଷ୍ଟ ନୁହଁନ୍ତି। ଏଭଳି ଚର୍ଚ୍ଚା ମଧ୍ୟରେ ହରଭଜନ ସିଂ ଏକ ବଡ଼ ବିବୃତି  ଦେଇଛନ୍ତି। ସେ କହିଛନ୍ତି ଯେ, ବିଶ୍ବକପ ଟ୍ରଫି ନହାତେଇବା ପର୍ଯ୍ୟନ୍ତ ବିରାଟ ସନ୍ତୁଷ୍ଟ ହେବେ ନାହିଁ।

ତାଙ୍କ କହିବା ମୁତାବକ, ଅବସର ନେବା ପୂର୍ବରୁ ବିରାଟ କୋହଲି ନିଶ୍ଚିତ ଭାବେ ଆଉ ଏକ ବିଶ୍ୱକପ ଟ୍ରଫି ଜିତିବାକୁ ଚେଷ୍ଟା କରିବେ। ଟ୍ରଫି ନହାତେଇବା ପର୍ଯ୍ୟନ୍ତ ବିରାଟ ସନ୍ତୁଷ୍ଟ ହେବେ ନାହିଁ। ପୂର୍ବ କିଛି ମ୍ୟାଚରେ ବିରାଟ କୋହଲିଙ୍କୁ ପଡ଼ିଆରେ ଦେଖିବାକୁ ମିଳି ନଥିଲା। ତାଙ୍କୁ ବିଶ୍ରାମ ଦରକାର ଥିଲା ଏବଂ ତାଙ୍କୁ ତାହା ଦିଆଗଲା। ୨୦୧୧ ମସିହାରେ ସେ ଦଳରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲେ। ଏହା ପରେ ସେ ଏକ ବଡ ଖେଳାଳି ହେବା ସହ ୨୦୧୫, ୨୦୧୯, ୨୦୨୩ବିଶ୍ୱକପରେ ଖେଳିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ବିଶ୍ୱକପ ଟ୍ରଫି ତାଙ୍କ ହାତରେ ଧରି ପାରି ନାହାଁନ୍ତି। ଯେତେ ରେକର୍ଡ କଲେ ବି ଜଣେ ଖେଳାଳିଙ୍କ ମନରେ ଟ୍ରଫି ଧରିବାର ସ୍ବପ୍ନ ଥାଏ। ବିରାଟଙ୍କ ସେ ସ୍ବପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଅବସର ନେବା ପୂର୍ବରୁ ବିରାଟ କୋହଲି ନିଶ୍ଚିତ ଭାବେ ଆଉ ଏକ ବିଶ୍ୱକପ ଟ୍ରଫି ଜିତିବାକୁ ଚେଷ୍ଟା କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button