ଖେଳ ଖବର

ଭାରତର ସବୁଠୁ ଧନୀ କ୍ରିକେଟର: ୭୦ ହଜାର କୋଟିର ମାଲିକ, ଧୋନୀ-କୋହଲିଙ୍କ ଠାରୁ ବି ଆଗରେ

ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟରେ ଖେଳାଳିଙ୍କ ପାଇଁ ଅର୍ଥରାଶି ବଢିବାରେ ଲାଗିଛି। ପୂର୍ବରୁ କ୍ରିକେଟରଙ୍କ ରୋଜଗାର ବହୁତ କମ୍ ଥିଲା, କିନ୍ତୁ ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ କ୍ରିକେଟର କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି କ୍ଷେତ୍ରରେ ବିଦେଶୀ କ୍ରିକେଟରଙ୍କ ଅପେକ୍ଷା ଭାରତୀୟ କ୍ରିକେଟରଙ୍କ ଇନକମ୍ ବହୁଗୁଣା ଅଧିକ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ। ଭାରତୀୟ କ୍ରିକେଟରଙ୍କୁ ବିସିସିଆଇ ବିପୁଳ ପରିମାଣର ଅର୍ଥ ପ୍ରଦାନ କରୁଛି। ଆପଣ ଭାବୁଛନ୍ତି କି ବିରାଟ କୋହଲି ଏବଂ ଏମଏସ ଧୋନି ହେଉଛନ୍ତି ଭାରତର ସବୁଠାରୁ ଧନୀ କ୍ରିକେଟର? ଯଦି ଭାବୁଥିବେ, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ।

ଆମେ ଆପଣଙ୍କୁ ଜଣେ ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବୁ ଯିଏ ଧୋନି ଏବଂ କୋହଲିଙ୍କଠାରୁ ଅନେକ ଗୁଣାରେ ଧନୀ। କୁମାର ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ ବିର୍ଲା। ଆର୍ଯ୍ୟମାନ କେବଳ ଭାରତର ସବୁଠାରୁ ଧନୀ କ୍ରିକେଟର ନୁହଁନ୍ତି ବରଂ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର କହିଲେବି ଭୁଲ ହେବ ନାହିଁ।

କୁମାର ମଙ୍ଗଲମ୍ ବିର୍ଲା ଭାରତର ସବୁଠାରୁ ଧନୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ପୁଅ ଆର୍ଯ୍ୟମାନ ବିର୍ଲା, ଏତେ ବଡ ବ୍ୟବସାୟୀ ପରିବାରର ଜନ୍ମ ହୋଇଥିଲେ ମଧ୍ୟ କ୍ରିକେଟ୍ ପ୍ରତି ବହୁତ ଆଗ୍ରହୀ ଥିଲେ। ତାଙ୍କର କଠିନ ପରିଶ୍ରମ ସହିତ ସେ କ୍ରିକେଟରେ ବହୁତ ସଫଳତା ହାସଲ କରିଥିଲେ। ସେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳୁଥିଲେ। ତେବେ 2019 ପରେ ସେ ହଠାତ୍ କ୍ରିକେଟରୁ ବିରତି ନେଇ ଆଉ ପଡ଼ିଆକୁ ଫେରି ନଥିଲେ। ସେ ମାତ୍ର 22 ବର୍ଷ ବୟସରେ ଏହି ବିରତି ନେଇଥିଲେ। କୁହାଯାଏ ଯେ ଆର୍ଯ୍ୟମାନ ମାନସିକ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ କ୍ରିକେଟ୍ ଛାଡିଥିଲେ।

ଆର୍ଯ୍ୟମାନ ବିର୍ଲା ୨୦୧୭ରେରେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ। ସେ ୨୦୧୯ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ। ଏହି ଅବଧି ମଧ୍ୟରେ ଆର୍ଯ୍ୟମାନ ୯ଟି ପ୍ରଥମ ଶ୍ରେଣୀ ଏବଂ ୪ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ। ଫାଷ୍ଟ କ୍ଲାସ ମ୍ୟାଚର ୧୬ ଇନିଂସରେ ସେ ହାରାହାରି 27.60 ଷ୍ଟ୍ରାଇକ୍ରେ ୪୧୪ ରନ୍ ସ୍କୋର କରିଥିଲେ। ଯେଉଁଥିରେ ସର୍ବାଧିକ ସ୍କୋର ରହିଛି ଅପରାଜିତ ୧୦୩ ରନ୍ ଥିଲା। ଏହା ବ୍ୟତୀତ ଆର୍ଯ୍ୟମାନ ଲିଷ୍ଟ-ଏ ମ୍ୟାଚର ୩ ଇନିଂସରେ ମୋଟ ୩୬ ରନ୍ ସଂଗ୍ରହ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁମାର ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ ଉତ୍ତରାଧିକାରୀ ଭାବେ ପ୍ରାୟ ୭୦ ହଜାର କୋଟି ଟଙ୍କାର ଉତ୍ତରାଧିକାରୀ। ଏହି କ୍ରମରେ ସେ ଭାରତର ସବୁଠାରୁ ଧନୀ କ୍ରିକେଟର ହୋଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button