ଖେଳ ଖବର

ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା କଲେ ଲୋକେ – Kalinga News

[ad_1]

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା। ଭିଡିଓରେ ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟର୍‌ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା।

ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍‌ର ତିନିଟି ଟ୍ରେଡମାର୍କ ଷ୍ଟାଇପ୍ ହେଉଛି ଧଳାରଙ୍ଗର। ଭାରତୀୟ ଖେଳାଳିଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଜର୍ସି ଏବେ ‘ଆଡିଡାସ୍’ ଷ୍ଟୋର ଓ ଅନଲାଇନରେ ବିକ୍ରି ହେବା ଆରମ୍ଭ ହୋଇଛି। ହେଲେ ଉଭୟ ଡିଜାଇନ୍ ଓ ଦାମ୍ ଲୋକଙ୍କୁ ପସନ୍ଦ ଆସିନାହିଁ।

Inspired By Jethalal: Indias T20 World Cup 2024 Jersey Launch Starts Meme  Game | Cricket News | Zee News

ଏହାର ଦାମ୍ ୫,୯୯୯ ଥିବା ବେଳେ ଜର୍ସିର ଡିଜାଇନକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା କରିଛନ୍ତି ଲୋକେ। ତାରକ ମେହତା କା ଉଲଟା ଚଷମାରେ ଏକ ଦୃଶ୍ୟରେ ଜେଠାଲାଲ ପିନ୍ଧିଥିବା ଜର୍ସି ଭାରତୀୟ ଟିମର ଜର୍ସି ଭଳି ଲାଗୁଛି ବୋଲି ଲୋକେ କହିଛନ୍ତି। ଏହା ସହ ଫଟୋ ଯୋଡି ମଧ୍ୟ ସେୟାର କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button