ଅପରାଧ

ସାହସ ଦେଖାଇଲେ ଭାଉଜ: ନିର୍ଯାତନାର ଶିକାର ହୋଇଥିବା ଦିଅରଙ୍କୁ ନ୍ୟାୟ ଦେବା ପାଇଁ ଭଡ଼ିଛନ୍ତି ଅଣ୍ଟା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ କୋଚିଂ ନେଉଥିବା ଜଣେ ଛାତ୍ରଙ୍କୁ ୨୦ହଜାର ଟଙ୍କା ପାଇଁ ୧୧ଜଣ ଯୁବକ ନିସ୍ତୁକମାଡ଼ ମାରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଇଟା ବାନ୍ଧି ୬ଦିନ ଧରି ନିର୍ଯାତନା ଦେଇଥିଲେ। ଏହି ଲୋମଟାଙ୍କୁରା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇଛି।

ପୀଡ଼ିତଙ୍କ ସହିତ ଏଭଳି କାଣ୍ଡ ଘଟାଉଥିବା ବେଳେ ଅଭିଯୁକ୍ତମାନେ ୩୧ଟି ଭିଡିଓ କରିଥିଲେ। ଯେଉଁଥିରୁ ସେମାନେ ୪ଟି  ଭିଡିଓ ଭାଇରାଲ କରି ଦେଇଥିଲେ। ଏହାପରେ ପୀଡ଼ିତଙ୍କ ପରିବାରଲୋକଙ୍କୁ ଉକ୍ତ ଭିଡ଼ିଓ ପଠାଇ ଅଢ଼େଇ ଲକ୍ଷ ଟଙ୍କା ଦାବି କରିଥି‌ଲେ। ଅଭିଯୁକ୍ତ ପଠାଇଥିବା ଭିଡିଓ ସହିତ ଟଙ୍କା ଦାବିକୁ ନେଇ ପୀଡ଼ିତଙ୍କ ପରିବାରଲୋକ ଭୟଭୀତ ହୋଇଯାଇଥିଲେ।

ଏହି ଘଟଣା ବିଷୟରେ ଯେତେବେଳେ ‌ପୀଡ଼ିତଙ୍କ ଭାଉଜ ଜାଣିଥିଲେ ସେ ପରିବାରଲୋକଙ୍କୁ ଧୌର୍ଯ୍ୟ ଧରିବାକୁ କହି ସଙ୍ଗେସଙ୍ଗେ ଦିଅରଙ୍କୁ ଫୋନ ଲଗାଇ ସବୁକଥା ପଚାରିଥିଲେ।  ଦିଅରବି ଭାଉଜଙ୍କୁ କିଛି ନଲୁଚାଇ କହିଥିଲେ,‘ଭାଉଜ ମୁଁ ଯାହା ତୁମକୁ କହିବି ଦୟାକରି କାହାକୁ କହିବ ନାହିଁ। ଏପ୍ରିଲ ୨୦ ତାରିଖରେ ମୋତେ ଅନଲାଇନ ଗେମ ଖେଳିବା ପାଇଁ ଉତ୍ସାହିତ କରିଥିଲେ। ଏମିତି କି ମୋତେ ଗେମ ଖେଳିବା ପାଇଁ ୨୦ହଜାର ଟଙ୍କା ଦେଇଥିଲେ। ଗେମରେ ଜିତିବା ପରେ ସେମାନେ ଜାଣିଶୁରି ପୁଣି ୨୦ହଜାର ଟଙ୍କାଙ୍କୁ ସେହି ଖେଳରେ ଲଗାଇ ଦେଇଥିଲେ। କିନ୍ତୁ ମୁଁ ଖେଳରେ ହାରି ଯାଇଥିଲି।

ଏହାପରେ ଅଭିଯୁକ୍ତମାନେ ୨୦ହଜାର ବଦଳରେ ୫୦ଟଙ୍କା ମୋତେ ଦାବି କରିଥିଲେ। ଏହି ଟଙ୍କା ଦେଇପାରିବି ନାହିଁ ବୋଲି ମନା କରିବାରୁ ସେମାନେ ମୋତେ ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏକ କଠୋରିରେ ବନ୍ଦ କରି ନିର୍ମମ ଭାବେ ମାଡ଼ ମାରିବା ସହିତ ମୋ ସହିତ ଖରାପ କାମ କରିଥିଲେ।’

ଦିଅର ଠାରୁ ଏଭଳି ଲୋମଟାଙ୍କୁରା ଘଟଣା ଶୁଣିବା ପରେ ଭାଉଜ ସମୟ ବିଳମ୍ବ ନକରି ନିଜ ଶ୍ବଶୁରଙ୍କୁ ଧରି ଦିଅର ରହୁଥିବା କାନପୁର ହଷ୍ଟେଲରେ ଯାଇ ପହଞ୍ଚିଯାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ଆରମ୍ଭ କରି କାନପୁର ପୁଲିସରେ ଏହି ଘଟଣାର ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ୧୧ଜଣଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ତେବେ ପୀଡ଼ିତଙ୍କ ଭାଉଜ ଯୋଗୀ ସରକାରଙ୍କୁ ଦାବି କରି କହିଛନ୍ତି, ‘ ନିର୍ଯାତନାର ଶିକାର ହୋଇଥିବା ମୋ ଦିଅରଙ୍କୁ ନ୍ୟାୟ ଦରକାର। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେଲଦଣ୍ଡ ଯଥେ‌ଷ୍ଟ ନୁହେଁ ସେମାନଙ୍କୁ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଭଳି ଏନକାଉଣ୍ଟର କରି ଦେବା ଉଚିତ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button