ମନୋରଞ୍ଜନ

ରଣବୀରଙ୍କ ପୂର୍ବରୁ ଦୀପିକା ହଟାଇଥିଲେ ଫଟୋ ! ହେଲେ… – Kalinga News

[ad_1]

ମୁମ୍ବାଇ: ବି-ଟାଉନର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଅନ୍ୟତମ। ହେଲେ ଟକ୍ ସୋ’ କଫି ଉଇଥ୍ କରଣକୁ ଆସିବା ପରଠୁ ଏହି ଦମ୍ପତ୍ତି ବିବାଦରେ ଫସିଥିଲେ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦୁହେଁ ଯେଉଁ ଖୁଲାସା କରିଥିଲେ, ସେଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। ହେଲେ ଦୀପିକା ଗର୍ଭବତୀ ଥିବା ଖବର ସେୟାର କରିବା ପରଠୁ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିବା ଭାବିଥିଲେ ଲୋକେ। କିନ୍ତୁ ମଙ୍ଗଳବାର ରଣବୀର ସିଂ, ଦୀପିକା ପାଦୁକୋନଙ୍କ ସହ ତାଙ୍କ ବିବାହର ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମରୁ ଡିଲିଟ କରିବା ପରେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ପ୍ରଶଂସକ। ରଣବୀର ଫଟୋ ଡିଲିଟ୍ କରିଛନ୍ତି ନା ଆର୍କାଇଭ୍ ତାହା ସ୍ପଷ୍ଟ ହୋଇନାହିଁ।

ତେବେ ରଣବୀରଙ୍କ ପୂର୍ବରୁ ଦୀପିକା ୩ବର୍ଷ ତଳେ ବିବାହର ସମସ୍ତ ଫଟୋକୁ ଆର୍କାଇଭ୍ କରିଦେଇଥିଲେ। ହଠାତ୍ ତାଙ୍କ ଆକାଉଣ୍ଟରେ ଫଟୋ ନଜର ନଆସିବାରୁ ଲୋକେ ଦୁହିଁଙ୍କ ମଧ୍ୟରେ ସବୁ ଠିକ ଅଛି କି ନାହିଁ ବୋଲି ଚିନ୍ତା କରିଥିଲେ। ହେଲେ ଆର୍କାଇଭ୍ କରିବାର ୧୧ମାସ ପରେ ନିଜ ବିବାହ ବାର୍ଷିକୀରେ ପୁଣିଥରେ ଫଟୋକୁ ଅନଆର୍କାଇଭ୍ କରିଥିଲେ ଦୀପିକା, ଯାହା ଏବେ ବି ତାଙ୍କ ପ୍ରୋଫାଇଲରେ ଅଛି।

ତେବେ ଅଭିନେତା ବାପା ହେବାକୁ ଯିବା ପୂର୍ବରୁ ଏଭଳି ଫଟୋ କାହିଁକି ଆର୍କାଇଭ୍ କଲେ  ତାହାର କାରଣ ସାମ୍ନାକୁ ଆସିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button