ଅନୁଭବ ଗାଇବେ ହନୁମାନ ଚାଳିଶା, ପ୍ରଯୋଜନା କରିଛନ୍ତି ଜାଗୃତି – Kalinga News
[ad_1]
ଭୁବନେଶ୍ୱର: ନୂଆ ଅବତାରରେ ନଜର ଆସିବେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି | ମିଳିଥିବା ସୂଚନା ମୁତାବକ ସୋନି ମ୍ୟୁଜିକ ଦ୍ୱାରା ରିଲିଜ ହେବାକୁ ଥିବା ହନୁମାନ ଚାଳିଶାରେ ଅନୁଭବ କଣ୍ଠଦାନ କରିଛନ୍ତି | ଖୋଦ ଅନୁଭବ ଏ ବାବଦରେ ଜଣାଇଛନ୍ତି | ତେବେ ଆଜି ରିଲିଜ ହୋଇଥିବା ପୋଷ୍ଟରରେ ଅନୁଭବଙ୍କୁ ଧ୍ୟାନ କରୁଥିବା ମୁଦ୍ରାରେ ଦେଖିବାକୁ ମିଳିଛି | ଏହାର ନିର୍ଦ୍ଦେଶନା ଅଜୟ ପାଢ଼ୀ ଦେଇଥିବାବେଳେ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଏହାର ପ୍ରଯୋଜନା ଭାର ସମ୍ଭାଳୁଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏନେଇ ଜାଗୃତି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କୁହାଯାଏ ଯେ ଜୀବନରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କ ନାମ ନେବା କଥା | ମୁଁ ଭାଗ୍ୟବାନ ଯେ ପ୍ରଯୋଜିକା ଭାବରେ ଶ୍ରୀ ହନୁମାନ ଚାଳିଶାରୁ ମୁଁ ମୋର କାର୍ଯ୍ୟ ଆରମ୍ଭ କରିଛି | ଜୟ ଶ୍ରୀରାମ | ସେହିପରି ଅନୁଭବ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଜୟ ଶ୍ରୀରାମ |
[ad_2]