ଆସ୍ଥା ଭୋଟ ପାଇଁ ପ୍ରସ୍ତୁତ : ହରିୟାଣା ମୁଖ୍ୟମନ୍ତ୍ରୀ ସାଇନି – Kalinga News

[ad_1]
ନୂଆଦିଲ୍ଲୀ: ହରିୟାଣା ରାଜନୀତିରେ ହଟଚମଟ ଥମିବାର ନାଁ ନେଉନାହିଁ। ଏବେ ଦୁଷ୍ୟନ୍ତ ଚୌଟାଲା ବନାମ ନାଇବ ସାଇନିଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ୩ ଜଣ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ ପ୍ରତ୍ୟାହାର କରିନେବାପରେ ବିଜେପି ସରକାର ସଂଖ୍ୟାଲଘୁ ହୋଇଯାଇଛି । ସେପଟେ ହରିୟାଣା ସରକାର ଭାଙ୍ଗିବା ପାଇଁ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଘୋଷଣା କରିଥିବା ଜେଜେପିର ଦୁଷ୍ୟନ୍ତ ଚୌଟାଲା ଏବେ ହରିୟାଣା ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନ ଡାକି ଫ୍ଲୋର ଟେଷ୍ଟ ଦାବି କରିଛନ୍ତି । ସେ କଂଗ୍ରେସକୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦୁଷ୍ୟନ୍ତ ଚୌଟାଲାଙ୍କ ସଂଖ୍ୟାଲଘୁ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ବୟାନ ସାମ୍ନାକୁ ଆସିଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ପୁଣି ଆସ୍ଥା ଭୋଟ ହାସଲ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ସରକାରକୁ ସଂଖ୍ୟାଲଘୁରେ ଚାଲିଛି ବୋଲି କହୁଛନ୍ତି ସେମାନେ ଦେଖିବା ଉଚିତ ଯେ ସେମାନଙ୍କ ପାଖରେ ବିଧାୟକ ଅଛନ୍ତି କି ନାହିଁ।
ତେବେ ସରକାର ସଂଖ୍ୟାଲଘୁ ହେବା ସତ୍ତ୍ବେ ନାୟବ ସରକାର ପ୍ରତି କୌଣସି ବିପଦ ନଥିବା ଜଣାଯାଇଛି । ଏହାର କାରଣ ହେଉଛି ମାର୍ଚ୍ଚ ମାସରେ ଏହି ସରକାର ଆସ୍ଥାଭୋଟର ସମ୍ମୁଖୀନ ହୋଇ ଉତ୍ତୀର୍ଣ୍ଣ ହୋଇଥିଲା । ନିୟମ ଅନୁସାରେ ଥରେ ଆସ୍ଥାଭୋଟ ହେବାର ୬ ମାସ ମଧ୍ୟରେ ଆଉ ଆସ୍ଥାଭୋଟ ହୋଇପାରିବ ନାହିଁ । ହରିୟାଣାରେ ଚଳିତ ବର୍ଷ ଅକ୍ଟୋବର କମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଣୁ ସେପର୍ଯ୍ୟନ୍ତ ସରକାର ପ୍ରତି ବିପଦ ନାହିଁ ।
[ad_2]