ରାଜନୀତି

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍‌ ସୋ’  – Kalinga News

[ad_1]

ରାଉରକେଲା: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା‌ ପହଞ୍ଚି ଏକ ରୋଡ୍‌ ସୋ’ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ସହରର ମୁଖ୍ୟ ମାର୍ଗ ପରିକ୍ରମା କରିଥିଲେ ପାଣ୍ଡିଆନ୍। ଏଥିରେ ହଜାର ହଜାର ଲୋକ ସ୍ବେଚ୍ଛାକୃତଭାବେ ସାମିଲ ହୋଇଥିଲେ। ସହରର ମୁଖ୍ୟ ମାର୍ଗ ଜନସମୁଦ୍ର ପାଲଟିଯାଇଥିଲା।

ସନ୍ଧ୍ୟା ପ୍ରାୟ ୭ଟା ୨୦ରେ ବିର୍ସା ମୁଣ୍ଡା ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ହଜାରହଜାର ଜନସାଧାରଣ ବାଣ ଫୁଟାଇ, ବାଜା ବଜାଇ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ। ସ୍ବତନ୍ତ୍ର ପ୍ରଚାର ବସ୍‌ ଉପରୁ ହାତ ହଲାଇ ଶ୍ରୀ ପାଣ୍ଡିଆନ ଜନତାଙ୍କୁ ଅଭିବାଦନ ଜଣାଇଥିଲେ। ତାଙ୍କ ପଛେପଛେ ଲମ୍ବା ଲାଇନରେ ଯୋଡ଼ି ହୋଇଥିଲେ ସମର୍ଥକ।

ଏହି ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି ମଧୁସୂଦନ ଛକ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌, ନାଲାରୋଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଛକ, ଡେଲିମାର୍କେଟ୍‌, ମଙ୍ଗଳଭବନ, କଚେରି ରୋଡ୍‌, ଉଦିତନଗର, ବାସନ୍ତୀକଲୋନି, ଲେବର ଟେନାମେଣ୍ଟ୍‌ ଦେଇ ପାନପୋଷ ଛକରେ ପହଞ୍ଚିଥିଲା। ଶ୍ରୀ ପାଣ୍ଡିଆନ ପ୍ରତ୍ୟେକ ଛକରେ ଅଟକି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସ୍ବେଚ୍ଛାକୃତଭାବେ ଦୋକାନୀମାନେ ବାହାରି ପାଣ୍ଡିଆନଙ୍କ ଉପରକୁ ପୁଷ୍ପବୃଷ୍ଟି କରିବାସହ ନିଜନିଜ ସମର୍ଥନ ଜଣାଇଥିଲେ। ଉକ୍ତ ଶୋଭାଯାତ୍ରାରେ ବିଜେଡି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କି, ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ, ଶନିବାର ସକାଳେ ଶ୍ରୀ ପାଣ୍ଡିଆନ ସ୍ଥାନୀୟ ଛେଣ୍ଡ୍‌, କୋଏଲ୍‌ନଗର, ସିଭିଲ ଟାଉନସିପ୍‌ ଆଦି ଅଞ୍ଚଳରେ ଶୋଭାଯାତ୍ରା କରିବେ। ପରେ ଦିନ ୧୧ଟାରେ ସେକ୍ଟର-୨ ଦୂର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବାକୁଥିବା ନିର୍ବାଚନୀ ସଭାରେ ଯୋଗଦେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button